ମଥୁରାର ବାଙ୍କେ ବିହାରୀ ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ଦୁଇ ଭକ୍ତଙ୍କ ମୃତ୍ୟୁ

ମଥୁରା: ଜନ୍ମାଷ୍ଟମୀ ଓ ମଙ୍ଗଳ ଆଳତି ଅବସରରେ ମଥୁରା ବାଙ୍କେ ବିହାରୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଭିଡ଼ ଏବଂ ପ୍ରବଳ ଗୁଳୁଗୁଳି ଯୋଗୁଁ ଜଣେ ଭକ୍ତ ମନ୍ଦିରର ପ୍ରସ୍ଥାନ ଫାଟକରେ ବେହୋସ୍ ହୋଇଯାଇଥିଲେ, ଯେଉଁଥିପାଇଁ ଲୋକଙ୍କୁ ଅଟକାଇବାକୁ ପଡ଼ିଥଲା। ମନ୍ଦିର ପରିସରରେ ପ୍ରବଳ ଭିଡ଼ ମଧ୍ୟରେ ଶ୍ୱାସରୁଦ୍ଧ ହୋଇ ଦୁଇଜଣ ଭକ୍ତଙ୍କର ମୃତ୍ୟୁ ହୋଇଥିଲା। ଏଥି ସହିତ ଅନେକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା ।

ମଥୁରା ଜିଲ୍ଲା ଏସଏସପି ଅଭିଷେକ ଯାଦବ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପରେ କହିଛନ୍ତି, ଜନ୍ମାଷ୍ଟମୀ ପରେ ବାଙ୍କେ ବିହାରୀ ମନ୍ଦିରରେ ମଙ୍ଗଳା ଆଳତି ସମୟରେ ଭକ୍ତଙ୍କ ଭିଡ଼ ଜମିଥିଲା। ଠାକୁର ବାଙ୍କେ ବିହାରୀଙ୍କୁ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଯୋଗୁଁ ମନ୍ଦିରରେ ପାଦ ରଖିବାକୁ ମଧ୍ୟ ସ୍ଥାନ ନଥିଲା। ଏହି କାରଣରୁ ମନ୍ଦିର ପରିସରରେ ଉପସ୍ଥିତ ଲୋକମାନେ ଅଣନିଃଶ୍ବାସୀ ହୋଇଯାଇଥିଲେ ।

ତାଙ୍କ କହିବାନୁସାରେ, ଏହି କାରଣରୁ ଲୋକମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା ଏବଂ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥି ସହିତ ଅସୁସ୍ଥତା କାରଣରୁ ଆହୁରି କିଛି ଲୋକଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.