ବୈଷୟିକ ତ୍ରୁଟି ପାଇଁ ପୁଣି ଘୁଞ୍ଚିଲା ପୋଲିସ ସବ ଇନ୍ସପେକ୍ଟର ପରୀକ୍ଷା

ଭୁବନେଶ୍ବର – ବୈଷୟିକ ତ୍ରୁଟି ପାଇଁ ପୁଣି ଘୁଞ୍ଚିଲା ପୋଲିସ ସବ ଇନ୍ସପେକ୍ଟର ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଅଧ୍ୟକ୍ଷ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

ପୋଲିସ ସବ ଇନ୍ସପେକ୍ଟର ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗରେ ସେ ଟୁଇଟ୍ କରି କହିଛନ୍ତି, ଏହା ସଫ୍ଟଓୟାରରେ ତ୍ରୁଟି ‌ପାଇଁ ହୋଇଛି। ପରୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି, ବୈଷୟିକ ତ୍ରୁଟି ପାଇଁ କିଛି ଜାଗାରେ ବିଭ୍ରାଟ ଘଟିଥିବା ସୂଚନା ମିଳିଛି। ପ୍ରଶ୍ନପତ୍ର ଠିକ୍ ଭାବେ ଡାଉନଲୋଡ୍ ହୋଇପାରି ନଥିବା ଯୋଗୁ ସିପିଏସଇ-୨୦୧୮ ପରୀକ୍ଷାରେ ଏଭଳି ସମସ୍ୟା ଉପୁଜିଛି। ତେବେ କୌଣସି ପରୀକ୍ଷାର୍ଥୀଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯିବ ନାହିଁ।

ପରୀକ୍ଷା ସ୍ଥଗିତ ନେଇ ସୂଚନା ଦେଲେ ଓପିଆରବି ଅଧ୍ୟକ୍ଷ ଡ. ସୁଧାଂଶୁ ଷଡ଼ଙ୍ଗୀ । ପରୀକ୍ଷା ପୁଣି ହେବ । ଆସନ୍ତାକାଲି କିମ୍ୱା ୧୦ରୁ ୧୫ ଦିନ ମଧ୍ୟରେ ପରୀକ୍ଷା ହେବ । ପରୀକ୍ଷା କରୁଥିବା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଦିଆଯିବ ବୋଲି ସେ କହିଛନ୍ତି।

Comments are closed.