ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡିଲେ ବିଏମସି କର୍ମଚାରୀ

ଭୁବନେଶ୍ୱର – ଭୁବନେଶ୍ୱର ମହାନଗର ନିଗମର ୨୩ ନମ୍ବର ୱାର୍ଡ ଅଫିସରେ କାର୍ଯ୍ୟରତ ଟିକସ ସଂଗ୍ରାହକ ହେମନ୍ତ କୁମାର ସାହୁ ଓ ତାଙ୍କୁ ସହାୟତା ପାଇଁ ସେହି ଅଫିସରେ ପାଇଁଁ ନିୟୋଜିତ ହୋଇଥିବା ଅବସରପ୍ରାପ୍ତ ଟିକସ ସଂଗ୍ରାହକ ଯୋଗେନ୍ଦ୍ର ପ୍ରଧାନ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୋଗକାରୀଙ୍କ ହୋଲଡିଂ ଟ୍ୟାକ୍ସ କମ କରିଦେବାକୁ କହି ଯୋଗେନ୍ଦ୍ର ପ୍ରଧାନଙ୍କ ତରଫରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେମାନଙ୍କୁ ଧରିଥିଲା ଭିଜିଲାନ୍ସ। ଲାଞ୍ଚ ଟଙ୍କା ଉଦ୍ଧାର କରିବା ସହ ମାମଲା ରୁଜୁ କରି ହେମନ୍ତ ଓ ଯୋଗେନ୍ଦ୍ରଙ୍କ ବିରୋଧରେ ଅଧିକ ତଦନ୍ତ ଚଳାଇଛି ଭିଜିଲାନ୍ସ।

Comments are closed.