ଶ୍ୱେତା ଆତ୍ମହତ୍ୟା ମାମଲାରେ ବୟଫ୍ରେଣ୍ଡ୍ ସୌମ୍ୟଜିତଙ୍କୁ ପୋଲିସର ଜେରା

ଭୁବନେଶ୍ୱର – ରାଜଧାନୀରେ ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲାରେ ତାଙ୍କ ବୟଫ୍ରେଣ୍ଡ୍ ସୌମ୍ୟଜିତଙ୍କୁ ଚନ୍ଦ୍ରଶେଖରପୁର ଥାନାରେ ଜେରା କରାଯାଇଛି । ଶ୍ୱେତାଙ୍କ ବାବଦରେ ତଦନ୍ତକାରୀ ଅଧିକାରୀ ସୌମ୍ୟଜିତଙ୍କୁ ମୋଟ ୧୭ଟି ପ୍ରଶ୍ନ ପଚାରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ତେବେ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ପରେ ଛାଡି ଦିଆଯାଇଛି । ଆବଶ୍ୟସ୍ଥଳେ ପୁଣି ଥରେ ସୌମ୍ୟଙ୍କୁ ପୋଲିସ ଡାକି ପଚରାଉଚରା କରିପାରେ ।

ଶ୍ୱେତାଙ୍କ ମୃତ୍ୟୁକୁ ନେଇ ବୟଫ୍ରେଣ୍ଡ୍ ସୌମ୍ୟଜିତ ମହାପାତ୍ରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ଶ୍ୱେତାଙ୍କ ପରିବାର ଲୋକେ । ତାଙ୍କୁ ଶାରୀରିକ, ମାନସିକ, ଓ ଆର୍ଥିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ଶ୍ୱେତାଙ୍କ ବାପା । ଶ୍ୱେତାଙ୍କ ମୃତ୍ୟୁ ପାଇଁ ସୌମ୍ୟଜିତ ଦାୟୀ ବୋଲି କହିଛନ୍ତି ଶ୍ୱେତାଙ୍କ ଭାଇ । ସେମାନେ ଦୀର୍ଘଦିନ ହେବ ସମ୍ପର୍କରେ ଥିଲେ । ପରସ୍ପରକୁ ବିବାହ କରିଥାନ୍ତେ । ହେଲେ ସୌମ୍ୟଜିତଙ୍କ ପରିବାର ଲୋକେ ୩୦ ଲକ୍ଷ ଟଙ୍କା ଦାବି କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ଶ୍ୱେତାଙ୍କ ଭାଇ ।

ଏଣେ ଭିଡିଓ ଜାରି କରି ରାଜ୍ୟ ସରକାରଙ୍କୁ ଗୁହାରୀ କରିଛନ୍ତି ଶ୍ୱେତାଙ୍କ ମାଆ ।

Comments are closed.