ମାନହାନି ମୋକଦ୍ଦମା କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

ଭୁବନେଶ୍ୱର – ଅଭିନେତା ବାବୁସାନ ଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ଶ୍ବଶୁର ଲଳିତ ମୋହନ ଶତପଥୀଙ୍କ ବିରୋଧରେ ଭୁବନେଶ୍ୱର କୋର୍ଟରେ ମାନହାନୀ ମକଦ୍ଦମା ମାମଲା ଦାୟର କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ଆଜି ଏ ନେଇ ପ୍ରକୃତିଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ ସୂଚନା ଦେଇଛନ୍ତି।

ପୋଲିସଠାରୁ ନ୍ୟାୟ ନମିଳିବାରୁ ଆମେ ହାଇକୋର୍ଟ ଯାଇଛୁ। ତେବେ ଏବେ ବି ସମାଧାନର ଦ୍ୱାର ଖୋଲା ଅଛି। ଯଦି ଦୁଇ ପକ୍ଷ ଆପୋସ ଆଲୋଚନା କରିବେ, ତାହା ହେଲେ ସମାଧାନର ବାଟ ବାହାରିବ। ଅଭିଯୁକ୍ତମାନେ ଯଦି ଭୁଲ୍ ମାଗିଲେ ମାମଲାର ସମାଧାନ ହୋଇଯିବ।

ଗତକାଲି ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ଅଭିନେତ୍ରୀ ପ୍ରକୃତି। ବାବୁସାନ ମହାନ୍ତିଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ଶ୍ୱଶୁରଙ୍କ ନାଁରେ ଏତଲା ଦେବା ପରେ ବି କମିଶନରେଟ୍‌ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ସେ ହାଇକୋର୍ଟ ଯାଇଥିବା କହିଥିଲେ।

କିଛିଦିନ ତଳେ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ବାବୁସାନ ଗୋଟିଏ କାର୍‌ରେ ଯାଉଥିଲେ। ସେମାନଙ୍କୁ ରାସ୍ତାରେ ଅଟକାଇ ବାବୁସାନଙ୍କ ପତ୍ନୀ ତୃପ୍ତି ମାଡ଼ ଗାଳିଗୁଲଜ କରିବା ସହ ଟଣାଓଟରା କରିଥିଲେ । ଏପରିକି ପ୍ରକୃତିଙ୍କ ଚୁଟି ଟାଣି ମାଡ଼ ମାରୁଥିବା ବେଳର ଭିଡିଓ ଭାଇରାଲ୍‌ ହୋଇଥିଲା। ଏହି ଘଟଣାକୁ ନେଇ ପ୍ରକୃତିଙ୍କ ବାପା ମା’ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲାରେ ତୃପ୍ତି ଓ ତୃପ୍ତିଙ୍କ ବାପାଙ୍କ ନାଁରେ ଅଭିଯୋଗ ରହିଥିଲା।

Comments are closed.