ପୂର୍ବତନ ପ୍ରାଣୀଧନ ଚିକିତ୍ସକଙ୍କ ଘରେ ଭିଜିଲାନ୍ସ ଟିମ

କେନ୍ଦୁଝର -ଏକ ୬ଜଣିଆ ଭିଜିଲାନ୍ସ ଟିମ୍ ପୂର୍ବତନ ପ୍ରାଣୀଧନ ଚିକିତ୍ସକ ଲଲାଟେନ୍ଦୁଙ୍କ ଯୋଡ଼ାସ୍ଥିତ ବନେଇକଳା ବାସଭବନରେ ପହଞ୍ଚି ତଦନ୍ତ ଚଳାଇଥିବା ଖବର ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜଲାନ୍ସ ପକ୍ଷରୁ ଗତ ୨୦୧୮ ମସିହା ନଭେମ୍ବର ମାସରେ ଲଲାଟେନ୍ଦୁ ଆଇଚଙ୍କ ୩ଟି ଠିକଣାରେ ଏକକାଳୀନ ଚଢ଼ଉ ହୋଇଥିଲା । ସେତେବେଳେ ଫୁଲବାଣୀ ସରକାରୀ କାର୍ଯ୍ୟାଳୟ ଓ ତାଙ୍କ ବାସଭବନ, ପୈତୃକ ବାସଭବନ ବେରୁଣାପଦୀ ଏବଂ ଯୋଡ଼ା ସ୍ଥିତ ବାସଭବନରେ ଭିଜିଲାନ୍ସ ଚଢାଉ କରିବା ସହ ଆୟବର୍ହିଭୂତ ସମ୍ପତ୍ତି ଠାବ କରିଥିଲା । ମାମଲା ରୁଜୁ ହୋଇଥିଲେ ସୁଦ୍ଧା ଏ ଯାଏ ଚାର୍ଜସିଟ ଦାଖଲ ହୋଇପାରିନାହିଁ । ତେବେ ଆଜି କଟକ ଓ କେନ୍ଦୁଝରରୁ ଭିଜିଲାନ୍ସର ଟେକ୍ନିକାଲ ଟିମ୍ ଯୋଡ଼ାରେ ପହଞ୍ଚି ଲଲାଟେନ୍ଦୁଙ୍କ ବିଲଡିଂର ମାପଚୁପ ଆରମ୍ଭ କରିଛନ୍ତି । ପ୍ରକୃତରେ କେତେ ଅଞ୍ଚଳରେ ବିଲଡିଂ ରହିଛି ଏବଂ ଏଥିରେ କେତେ ଟଙ୍କା ବିନିଯୋଗ କରାଯାଇଛି ସେନେଇ ହିସାବ କରୁଛି ଭିଜିଲାନ୍ସ ଟିମ୍ । ଖୁବ୍ ଶୀଘ୍ର ଏହି ମାମଲାରେ ଚାର୍ଜସିଟ ଦାଖଲ କରାଯିବ ବୋଲି ଜଣାଯାଇଛି ।

Comments are closed.