ନାବାଳକ ସୁବ୍ରତର ମୃତଦେହ ଉଦ୍ଧାର ଘଟଣା, ସମ୍ପର୍କୀୟ ଭାଇ ଗିରଫ

ବରଗଡ଼: ଗତମାସ ୨୩ ତାରିଖ ଅପରାହ୍ନରେ ବରଗଡ଼ କେନାଲ୍‌ରୁ ୧୧ ବର୍ଷର ବାଳକ ସୁବ୍ରତ ସାହୁର ମୃତ ଦେହ ଉଦ୍ଧାର ହୋଇଥିଲା। କେନାଲ୍‌ରେ ବୁଡ଼ି ସୁବ୍ରତର ମୃତ୍ୟୁ ଘଟିଥିବା ପ୍ରଥମେ ଅନୁମାନ କରାଯାଉଥିଲା। କିନ୍ତୁ ପୁଲିସ୍‌ର ଖୋଳତାଡ଼ ପରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ଏହି ମାମଲାରେ ମୃତ ସୁବ୍ରତର ସଂପର୍କୀୟ ବଡ଼ଭାଇ ମିଲୁ ସାହୁକୁ ପୁଲିସ୍‌ ଗିରଫ କରିଛି। ପୂର୍ବରୁ ସୁବ୍ରତର ବାପା ଅମୂଲ୍ୟ ସାହୁଙ୍କ ସହ ଜମିବାଡ଼ିକୁ ନେଇ ମିଲୁ ସହ ବିବାଦ ରହିଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ମିଲୁ ଅତି ନିର୍ମମ ଭାବେ ସୁବ୍ରତକୁ ହତ୍ୟା କରିଥିଲା। ପୁଲିସ୍‌ ଉପସ୍ଥିତିରେ ଅଭିଯୁକ୍ତ ମିଲୁ ସିନ୍‌ ରିକ୍ରିଏସନ୍‌ କରିଛି। ସୁବ୍ରତକୁ ହତ୍ୟା କରାଯାଇଥିବା ସ୍ଥାନରୁ ପୋଷାକ ଜବତ ହୋଇଛି। ସିନ୍‌ ରିକ୍ରିଏସନ୍‌ରୁ ଜଣାପଡ଼ିଛି, ଗତମାସ ୨୨ ତାରିଖ ସୁବ୍ରତ ସ୍କୁଲରୁ ଘରକୁ ଫେରିଥିଲା। ଏହାପରେ ଅଭିଯୁକ୍ତ ମିଲୁ ତାକୁ ଭୁତାଇ କେନାଲ୍‌ ନିକଟସ୍ଥ ଗୋଟିଏ ନିଛାଟିଆ ବିଲକୁ ନେଇଯାଇଥିଲା। ସେଠାରେ ସୁବ୍ରତର ଗଳା ଚିପି ହତ୍ୟା କରିଥିଲା।

Comments are closed.