୧୫ ଦିନ ପରେ ରାଜୁ ଶ୍ରୀବାସ୍ତବଙ୍କ ଚେତା ଫେରିଲା

ନୂଆଦିଲ୍ଲୀ: ହୃଦଘାତ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେବାର ୧୫ ଦିନ ପରେ ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଚେତା ଫେରିଛି। ରାଜୁ ଶ୍ରୀବାସ୍ତବ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି । କିନ୍ତୁ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି।

ରାଜୁ ଶ୍ରୀବାସ୍ତବଙ୍କ ବ୍ୟକ୍ତିଗତ ସଚିବ ଗର୍ବିତ ନାରଙ୍ଗ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି।

ରାଜୁ ଶ୍ରୀବାସ୍ତବଙ୍କୁ ୧୦ ଅଗଷ୍ଟରେ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେ ଜିମରେ ବ୍ୟାୟାମ କରିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡ଼ିଯାଇଥିଲେ |

Comments are closed.