ହାତୀ ମୃତ୍ୟୁ ରୋକିବାକୁ ଗଠନ ହେବ ମିଳିତ ଟାସ୍କ ଫୋର୍ସ

କଟକ- ରାଜ୍ୟରେ ହାତୀ ମୃତ୍ୟୁ ରୋକିବାକୁ ଗଠନ ହେବ ଜଏଣ୍ଟ ଟାସ୍କ ଫୋର୍ସ -ଜେଟିଏଫ । ଏହି ଟାସ୍କ ଫୋର୍ସରେ ରହିବେ ଉଭୟ ପୋଲିସ ଓ ବନ କର୍ମଚାରୀ । ହାତୀ ମୃତ୍ୟୁ ସଂପର୍କିତ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟରେ ଜେଟିଏଫ ଗଠନ ନେଇ ସତ୍ୟପାଠ ଦାଖଲ କରିଛନ୍ତି ପୋଲିସ ଡିଜି । ଜେଟିଏଫ ଅସ୍ୱାଭାବିକ ହାତୀମୃତ୍ୟୁ ଓ ବନ୍ୟପ୍ରାଣୀ ଚୋରାଚାଲାଣର ତଦନ୍ତ କରିବ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାମାସ ୨୬ ତାରିଖରେ ହେବ ।

Comments are closed.