ରାଜ୍ୟରେ ଆଉ ୨୬୨ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର – ରାଜ୍ୟରେ ପୁଣି ୩ ଶହ ତଳକୁ ଖସିଛି ଦୈନିକ କୋରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୨୬୨ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୦୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୪୭ ଜଣ ୧୮ ବର୍ଷରୁ କମ୍ ବୟସ୍କ ।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪୭ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ବର ଜିଲ୍ଲାରୁ ୨, ବରଗଡ଼ରୁ ୫, ଭଦ୍ରକରୁ ୩, ବଲାଙ୍ଗୀରରୁ ୧୭ , ବୌଦ୍ଧରୁ , କଟକରୁ ୧୫ , ଦେବଗଡ଼ରୁ ୪ , ଗଜପତିରୁ ୧୧ , ଗଞ୍ଜାମରୁ ୧, ଯାଜପୁରରୁ ୫ , ଝାରସୁଗୁଡ଼ାରୁ ୫, କଳାହାଣ୍ଡି ଜିଲ୍ଲାରୁ ୧ , କନ୍ଧମାଳରୁ ୯ ,କେନ୍ଦ୍ରାପଡ଼ାରୁ ୨, ଖୋର୍ଦ୍ଧା ଜିଲ୍ଲାରୁ ୫୦, କୋରାପୁଟ ଜିଲ୍ଲାରୁ ୨ , ମୟୂରଭଞ୍ଜରୁ ୯ , ନବରଙ୍ଗପୁରରୁ ୯ , ନୟାଗଡ଼ ଜିଲ୍ଲାରୁ ୬ , ନୂଆପଡ଼ାରୁ ୬, ପୁରୀରୁ ୭ , ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୬ , ସୋନପୁରରୁ ୧ , ସୁନ୍ଦରଗଡ଼ରୁ ୫୩ ଓ ଷ୍ଟେଟପୁଲରୁ ୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏବେ ୧ ହଜାର ୯୮୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Comments are closed.