ବିକୃତ ଗଣେଶ ମୂର୍ତ୍ତି ବିବାଦ ପ୍ରସଙ୍ଗରେ ପୋଲିସ ପ୍ରଶାସନ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ

କଟକ- ଗଣେଶ ମୂର୍ତ୍ତି ବିବାଦରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ଏ ବାବଦରେପୋଲିସ ହାଇକୋର୍ଟ ପୋଲିସ ପ୍ରଶାସନ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି।

ମାମଲାରେ ପୋଲିସ ପକ୍ଷରୁ ବିକୃତ ମୂର୍ତ୍ତି ପାଇଁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିପାରେ ବୋଲି ଦର୍ଶାଯାଇଥିଲା। ଗଣେଶ ପୂଜାକୁ ଆଉ ମାତ୍ର ୪୮ ଘଣ୍ଟା ବାକି ରହିଛି। ଆଉ ଥରେ ଯାଞ୍ଚ କରିବାକୁ ପୋଲିସ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ।

ଚିରାଚରିତ ମୂର୍ତ୍ତିକୁ ବାଦ ଦେଇ ବିକୃତ ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ। ହିନ୍ଦୁ ଭାବାବେଗକୁ ଆଘାତ ଦେବା ଭଳି ମୂର୍ତ୍ତି ରାଜ୍ୟର କୌଣସି ପୂଜା ମଣ୍ଡପରେ ପୂଜା ହୋଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।ଏଭଳି ମୂର୍ତ୍ତି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ହାଇକୋର୍ଟ କହିଛନ୍ତି । ପୋଲିସକୁ ଏଭଳି ମୂର୍ତ୍ତି ନିର୍ମାଣ ଓ ପୂଜାମଣ୍ଡପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପୁରୀଘାଟ ଥାନା ଅଧିକାରୀ ମୂର୍ତ୍ତି କାରୀଗରଙ୍କୁ ନେଇ ଆଲୋଚନା କରିବେ। ପରବର୍ତ୍ତୀ ସମୟରେ ଯେପରି ଏଭଳି କୌଣସି ବିକୃତ ମୂର୍ତ୍ତି ନିର୍ମାଣ ନକରିବେ, ସେନେଇ ସେମାନଙ୍କୁ ଉପଦେଶ ଦେବେ।

ବିକୃତ ମୂର୍ତ୍ତି ନିର୍ମାଣ କରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ତାଗିଦ କରିବା ପରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଶିଳ୍ପୀ କୁମ୍ଭାର ସାହିର ମୂର୍ତ୍ତି କାରିଗର ନାରାୟଣ ମୁଦୁଲି।

Comments are closed.