ସୋରଡ଼ାରେ ଦୁଇ ବାଇକ୍ ଧକ୍କା, ୬ ଆହତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଜାତୀୟ ରାଜପଥର ସମ୍ପଲି ଛକ ନିକଟରେ ଗୁରୁବାର ଅପରାହ୍ନରେ ଦୁର୍ଘଟଣା ଘଟିଛି। ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା ଘଟି ମୋଟ ୬ ଜଣଙ୍କୁ ଆଘାତ ଲାଗିଛି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତମାନେ ହେଲେ ଧରାକୋଟ ଥାନା ମଶାଣିଭାଗ ଗ୍ରାମର ବାୟା ବେହେରା, ରୀତା ବେହେରା, ସେମାନଙ୍କ ସହ ଥିବା ଦୁଇ ଛୁଆ ଓ ଅନ୍ୟ ମୋଟର ସାଇକେଲରେ ବସିଥିବା ଆଉ ଦୁଇ ଯାତ୍ରୀ। ବାୟା ଓ ତାଙ୍କ ସହ ତିନି ଜଣ ଗୋଟିଏ ମୋଟର ସାଇକେଲରେ ଘିସିଙ୍ଗିବାଡି ଗ୍ରାମରୁ ଆସୁଥିଲେ। ସୋରଡ଼ା- ଦାରିଙ୍ଗବାଡି ରାଜପଥର ସମ୍ପଲି ଛକ ନିକଟରେ ଆଗପଟୁ ଆସୁଥିବା ଆଉ ଏକ ମୋଟରସାଇକେଲ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ରାସ୍ତା ଉପରେ ସମସ୍ତେ କଚାଡ଼ି ହୋଇ ପଡିଥିଲେ। ସୋରଡ଼ା ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଦୁର୍ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରି ସୋରଡ଼ା ଡାକ୍ତରଖାନାକୁ ଆଣିଥିଲା।

Comments are closed.