ସର୍ଭିକାଲ କ୍ୟାନ୍ସର ପାଇଁ ବାହାରିଲା ସ୍ୱଦେଶୀ ବିକଶିତ ଟିକା

ନୂଆଦିଲ୍ଲୀ – ସର୍ଭିକାଲ ବା ଜରାୟୁ କ୍ୟାନସର ପାଇଁ ବାହାରିଲା ଦେଶୀୟ ଟିକା। ଦେଶର ପ୍ରଥମ ଜରାୟୁ କର୍କଟ ଟିକା ପ୍ରସ୍ତୁତ କରିଛି ପୁଣେର ସେରମ ଇନଷ୍ଟିଚ୍ୟୁଟ । କ୍ୱାଡ୍ରିଭାଲାଣ୍ଟ ହ୍ୟୁମାନ୍ ପାପିଲୋମାଭାଇରସ୍ ଭ୍ୟାକ୍ସିନ୍ ପ୍ରସ୍ତୁତ ନେଇ ସେରମ୍ ସିଇଓ ଅଦର ପୁନାୱାଲା ସୂଚନା ଦେଇଛନ୍ତି। ୨ଶହରୁ ୪ଶହ ଟଙ୍କା ମଧ୍ୟରେ ମିଳିବ ଜରାୟୁ କର୍କଟ ଟିକା। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଦର ସ୍ଥିର କରାଯିବ ବୋଲି ପୁନାଓ୍ୱାଲା କହିଛନ୍ତି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ବାୟୋଟେକ୍ନୋଲୋଜି ବିଭାଗ ଗର୍ଭାଶୟ କର୍କଟ ବିରୋଧରେ ଭାରତର ପ୍ରଥମ ସ୍ୱଦେଶୀ ବିକଶିତ ଟିକା ଲଞ୍ଚ କରିଛନ୍ତି।

ପ୍ରଥମେ ୯ରୁ ୧୪ବର୍ଷ ବୟସର କିଶୋରୀଙ୍କୁ ଟିକା ଦିଆଯିବ। ଏହି ବର୍ଷ ଜୁଲାଇ ୧୨ତାରିଖରେ ଟିକାକୁ ମାର୍କେଟ୍ ଅଥରାଇଜେସନ୍ ଦେଇଥିଲେ ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ – ଡିସିଜିଆଇ। ଦେଶରେ ୧୫ରୁ ୪୪ ବର୍ଷ ବୟସ୍କ ମହିଳାଙ୍କ ମଧ୍ୟରେ ସର୍ଭିକାଲ କ୍ୟାନସର ଦ୍ବିତୀୟ ସର୍ବାଧିକ ସଂକ୍ରମିତ ରୋଗ ।

Comments are closed.