ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ସୂଚନା ଅନୁଯାୟୀ, “ମୋ ଗୁହାଳ ଯୋଜନା”ରେ ଗୁହାଳ ନିର୍ମାଣ ଲାଗି ଜଣେ ହିତାଧିକାରୀଙ୍କୁ ସୁଧାଂଶୁ ଶେଖର ମଲ୍ଲିକ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସକୁ ସୂଚନା ଦେଇଥିଲେ। ଆଜି ଦିନ ଗୋଟାଏରେ ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ସୁଧାଂଶୁଙ୍କୁ ମାଡ଼ି ବସିଥିଲା। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାପରେ ଭିଜିଲାନ୍ସ ପକ୍ଷରୁ କନିଷ୍ଠ ଯନ୍ତ୍ରୀଙ୍କର ଦୁଇଟି ସ୍ଥାନରେ ଚଢ଼ାଉ ହୋଇଛି ।

Comments are closed.