ଅଲଟିମେଟ ଖୋ ଖୋ ଲିଗର ଫାଇନାଲରେ ଓଡିଶା ଜଗରନଟ୍ସ , ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ୱର – ଅଲଟିମେଟ ଖୋ ଖୋ ଲିଗ୍ ର ପ୍ରଥମ ସିଜନର ଫାଇନାଲରେ ପ୍ରବେଶ କରିବାରେ ଓଡିଶା ଜଗରନଟ୍ସ ପ୍ରଥମ ଟିମ୍ ହୋଇଛି । ଆଜି ଖେଳାଯାଇଥିବା ପ୍ରଥମ କ୍ୱାଲିଫାୟରରେ ଓଡିଶା ଜଗରନଟ୍ସ ଗୁଜରାଟ ଜିଆଣ୍ଟସକୁ ୫୭-୪୩ରେ ହରାଇଛି । ଓଡିଶା ଟିମ୍ ର ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟିମ ଆଗକୁ ବି ବିଜୟ ଧାରା ଜାରି ରଖିବ ବୋଲି ଆଶା ପ୍ରକାଶ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.