ଆସନ୍ତା ୬ ବେଳକୁ ବର୍ଷା, ୟେଲୋୱାର୍ଣ୍ଣିଂ ଜାରି

ଭୁବନେଶ୍ୱର – ଆସନ୍ତା ୫ ତାରିଖ ପରେ ରାଜ୍ୟରେ ପାଗର ପରିବର୍ତ୍ତନ ହେବା । ପ୍ରବଳ ବର୍ଷା ହେବା ସହ ଗୁଳୁଗୁଳି ଓ ଗରମରୁ ନିସ୍ତାର ମିଳିବ। ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ସ୍ଥିତିରେ ରହିଛି। ମୌସୁମୀଜନିତ ନିମ୍ନଚାପରେଖା ହିମାଳୟ ପାଦଦେଶରୁ ସାମାନ୍ୟ ଦକ୍ଷିଣକୁ ଖସିଛି। ରାଜ୍ୟରେ ମୌସୁମୀ ସକ୍ରିୟ ନଥିବାରୁ ଦିନ ତାପମାତ୍ରା ବଢ଼ି ଚାଲିଛି। ବା‌ୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁଁ ଉପକୂଳ ‌ସମେତ ବିଭିନ୍ନ ଆଭ୍ୟନ୍ତରୀଣ ଜିଲ୍ଲାରେ ଗୁଳୁଗୁଳି ଜାରି ରହିଛି। ଆସନ୍ତା ୨ ଦିନ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ ।

୬ତାରିଖ ବେଳକୁ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି କରିଛି।

ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଖରାଟିଆ ପାଗ ଜାରି ରହିବ। କିଛି କିଛି ସ୍ଥାନ‌ରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହେବ।

Comments are closed.