ଆଉ ଏକ ହାତୀ ମୃତ୍ୟୁ

ଢେଙ୍କାନାଳ – ରାଜ୍ୟରେ ଆଉ ଏକ ହାତୀର ଅକାଳ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ବାଘଧରିଆ ଗାଁ ନିକଟ ଜଙ୍ଗଲରେ ଏକ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶିକାରୀ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି। ମୃତ ହାତୀର ବୟସ ପ୍ରାୟ ୧୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସେହି ସ୍ଥାନରେ ଏକ ବାରହା ବି ମରି ପଡ଼ିଥିଲା । ବନ ବିଭାଗ କର୍ମଚାରୀମାନେ ପହଞ୍ଚି ହାତୀଟିର ଶବ ବ୍ୟବଚ୍ଛେଦ କରିଛନ୍ତି ।

Comments are closed.