କାମାକ୍ଷାନଗର ହାତୀ ମୃତ୍ୟୁ ଘଟଣାର କାର୍ଯ୍ୟାନୁଷ୍ଠାନ

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଘାଘରାମୁଣ୍ଡା ଗାଁ ଖେସରା ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଫରେଷ୍ଟର ସରୋଜ କୁମାର ବେହେରା ଓ ଗାର୍ଡ ସ୍ୱର୍ଣ୍ଣପ୍ରଭା ସେଠଙ୍କୁ ନିଲମ୍ବନ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ଢେଙ୍କାନାଳ ଡିଏଫ୍‌ଓ ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି।

ସଂପୃକ୍ତ ଅଞ୍ଚଳରେ ଯେମିତି ପାଟ୍ରୋଲିଂ ହେବା କଥା ସେମିତି ହୋଇନଥିଲା। ଦୁଇ କର୍ମଚାରୀ ସବୁଦିନେ ପାଟ୍ରୋଲିଂରେ ଯାଉ ନଥିଲେ। ଅଗଷ୍ଟ ୨୬ ତାରିଖରୁ ୱାର୍ଣ୍ଣିଂ ଦିଆଯାଇଥିଲେ ମଧ୍ୟ ଫରେଷ୍ଟର ତାହାକୁ ଖାତିର କରି ନଥିଲେ। ସେଥିପାଇଁ ସଂପୃକ୍ତ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି। ସେମାନଙ୍କ ସ୍ଥାନରେ ଆଉ ଜଣେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ସେଠାରେ ନିଯୁକ୍ତ କରାଯିବ ବୋଲି ଡିଏଫଓ ପ୍ରକାଶଚାନ୍ଦ କହିଛନ୍ତି। ଗତମାସ ୨୮ ତାରିଖରେ ବିଦ୍ୟୁତ୍ ଚାର୍ଜିତ ଫାଶରେ ପଡ଼ି ହାତୀଟିର ଜୀବନ ଯାଇଥିଲା।

Comments are closed.