କରୋନା ଅପଡେଟ୍: ଦେଶରେ ୫,୯୧୦ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ ଦିନକରେ କୋଭିଡ-୧୯ର ୫,୯୧୦ ନୂଆ ମାମଲା ରିପୋର୍ଟ ହୋଇଛି । ମୋଟ ସଂକ୍ରମଣ ସଂଖ୍ୟା ୪,୪୪,୬୨,୪୪୫କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫୩,୯୭୪କୁ ହ୍ରାସ ପାଇଛି ।

ସୋମବାର ସକାଳ ୮ଟା ପର୍ଯ୍ୟନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଦ୍ୟତନ ତଥ୍ୟ ଅନୁଯାୟୀ ଆଉ ୧୬ ଜଣ ରୋଗୀଙ୍କ ମୃତ୍ୟୁ ସହ କୋଭିଡ୍ ମୃତ୍ୟୁସଂଖ୍ୟା ୫,୨୮,୦୦୭କୁ ବୃଦ୍ଧି ପାଇଛି ।

ତଥ୍ୟ ଅନୁଯାୟୀ, କୋଭିଡ-୧୯ ପାଇଁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ସମୁଦାୟ ସଂକ୍ରମଣର ୦.୧୨ ପ୍ରତିଶତ ହୋଇଥିବାବେଳେ ଜାତୀୟ ଆରୋଗ୍ୟ ହାର ୯୮.୬୯ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୧,୧୪୦ ହ୍ରାସ ରେକର୍ଡ କରାଯାଇଛି ।

ଦୈନିକ ସଂକ୍ରମଣ ହାର ୨.୬୦ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୧୫ ପ୍ରତିଶତ ରେକର୍ଡ କରାଯାଇଛି। ଏହି ରୋଗରୁ ଏଯାବତ୍ ୪,୩୮,୮୦,୪୬୪ ଲୋକ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି। ଦେଶବ୍ୟାପୀ ଏପର୍ଯ୍ୟନ୍ତ ୨୧୩.୫୨ କୋଟି ଟିକା ଦିଆଯାଇଛି।

Comments are closed.