ଲିଜ୍ ଟ୍ରସ୍ ହେବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଲଣ୍ଡନ: ମେରି ଲିଜ୍ ଟ୍ରସ୍ ହେବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ହରାଇ ଟ୍ରସ୍ କଞ୍ଜେର୍ଭେଟିଭ୍ ଦଳର ନୂଆ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ଏଥିସହ ଟ୍ରସ୍ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ହୋଇଛି ।

ଦଳର ସାଂସଦଙ୍କ ପାଞ୍ଚ ରାଉଣ୍ଡ ଭୋଟିଂରେ ଟ୍ରସ୍ ପୂର୍ବତନ ଚାନ୍ସେଲର ଋଷି ସୁନକଙ୍କୁ ପଛରେ ପକାଇ ଦେଇଥିଲେ । ଟ୍ରସଙ୍କୁ ୮୧,୩୨୬ ଭୋଟ୍ ମିଳିଥିବା ବେଳେ ସୁନକ ୬୦,୩୯୯ ଭୋଟ୍ ପାଇଥିଲେ । ୨୦୧୫ ନିର୍ବାଚନ ପରଠାରୁ ଟ୍ରସ୍ କଞ୍ଜେର୍ଭେଟିଭ୍ ଦଳର ଚତୁର୍ଥ ପ୍ରଧାନମନ୍ତ୍ରୀ ହେବେ ।

ମେରି ଏଲିଜାବେଥ୍ ଟ୍ରସ୍ ୧୯୭୫ରେ ଅକ୍ସଫୋର୍ଡରେ ଜନ୍ମଗ୍ରହଣ କରିଥିଲେ | ତାଙ୍କ ପିତା ଜଣେ ଗଣିତଜ୍ଞ ଏବଂ ମାତା ଜଣେ ନର୍ସ ଥିଲେ।

ଏକାଧିକ ଦୁର୍ନୀତି ଅଭିଯୋଗ ପରେ ଜୁଲାଇରେ ବୋରିସ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଜନସନଙ୍କ ଇସ୍ତଫା ପରେ କଞ୍ଜେର୍ଭେଟିଭ୍ ଦଳର ପରବର୍ତ୍ତୀ ନେତା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

Comments are closed.