ଅବକାରୀ ଦୁର୍ନୀତି ତଦନ୍ତରେ ଇଡିର ଏଣ୍ଟ୍ରି, ଦିଲ୍ଲୀ ସହ ପାଞ୍ଚଟି ରାଜ୍ୟରେ ଚଢ଼ାଉ

ନୂଆଦିଲ୍ଲୀ: ସିବିଆଇ ପରେ ଦିଲ୍ଲୀ ଅବକାରୀ ମାମଲାରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏଣ୍ଟ୍ରି ହୋଇଛି । ଦିଲ୍ଲୀ ସରକାରଙ୍କ ଅବକାରୀ ନୀତିରେ ଅନିୟମିତତା ଅଭିଯୋଗରେ ମନି ଲଣ୍ଡରିଂ ଦିଗର ଯାଞ୍ଚ୍ ପାଇଁ ଇଡି ମଙ୍ଗଳବାର ଦିଲ୍ଲୀ ସମେତ ପାଞ୍ଚଟି ରାଜ୍ୟରେ ଚଢ଼ାଉ କରିଛି।

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଅନ୍ୟ କେତେକ ଅଧିକାରୀ ଅଭିଯୁକ୍ତ ଅଛନ୍ତି । ତେବେ ଏହି ନୀତି ପ୍ରତ୍ୟାହାର କରାଯାଇଛି ।

ଅଧିକାରୀଙ୍କ ସୂଚନା ଅନୁଯାୟୀ ଦିଲ୍ଲୀ, ତେଲେଙ୍ଗାନା, ମହାରାଷ୍ଟ୍ର, ହରିୟାଣା, ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକର ପ୍ରାୟ ୩୦ଟି ସ୍ଥାନରେ ଚଢାଉ ଜାରି ରହିଛି ।

ସେ କହିଛନ୍ତି ଯେ ଏହି ସ୍ଥାନଗୁଡିକ ମଧ୍ୟରୁ କୌଣସିଟି ସିସୋଦିଆ କିମ୍ବା ଅନ୍ୟ କୌଣସି ସରକାରୀ କର୍ମଚାରୀଙ୍କ ସହ ଜଡିତ ନୁହେଁ।

ଏହି ମାମଲାରେ ସିବିଆଇ ଦ୍ବାରା ରୁଜୁ ଏଫ୍ଆଇଆରକୁ ଭିତ୍ତିକରି ଇଡି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ଆଇନ ଅନୁଯାୟୀ ତଦନ୍ତ ଆରମ୍ଭ କରିଛି। ସିବିଆଇ ଏହାର ଏଫଆଇଆରରେ ସିସୋଦିଆଙ୍କ ସମେତ ଅନ୍ୟ ୧୪ ଜଣଙ୍କୁ ଅଭିଯୁକ୍ତ ଭାବେ ନାମିତ କରିଥିଲା।

ଅଗଷ୍ଟ ୧୯ରେ ସିବିଆଇ ସିସୋଡିଆ, ଆଇଏଏସ୍  ଅଧିକାରୀ ତଥା ଦିଲ୍ଲୀର ପୂର୍ବତନ ଅବକାରୀ କମିଶନର ଅରବା ଗୋପୀ କୃଷ୍ଣ ଏବଂ ୭ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୯ଟି ସ୍ଥାନ ଉପରେ ଚଢ଼ାଉ କରିଥିଲା।

ସିସୋଦିଆଙ୍କ ପାଖରେ ଦିଲ୍ଲୀର ଅବକାରୀ ବିଭାଗ ଏବଂ ଶିକ୍ଷା ବିଭାଗ ସହିତ ଅନେକ ବିଭାଗ ଅଛି |

Comments are closed.