ବ୍ରହ୍ମପୁର ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉ : ବିପୁଳ ପରିମାଣର ନକଲି ବିଦେଶୀ ମଦ ଓ ଗୁଟଖା ଜବତ

ବ୍ରହ୍ମପୁର – ବ୍ରହ୍ମପୁର ଅବକାରୀ ବିଭାଗ ଓ ବଡ଼ବଜାର ପୋଲିସ ପକ୍ଷରୁ ମିଳିତ ଯାଞ୍ଚ କରାଯାଇ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଛି । ଜଗନ୍ନାଥପୁର ଜଙ୍କସନରେ ଏକ ଅଟୋରୁ ୩୮୪ ବୋତଲ ନକଲି ବିଦେଶୀ ମଦ ଜବତ ହୋଇଛି । ଅନ୍ୟ ଏକ ସ୍ଥାନରେ ଚଢ଼ାଉ ବେଳେ ୫ ହଜାର ଲେବୁଲ, ୫ ହଜାର ଠିପି ମଧ୍ୟ ଜବତ କରିଛି ଅବକାରୀ ବିଭାଗ। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ । ଏହା ସହିତ ୪୦ ଲିଟର ହୋମିପାଥିକ ସ୍ପିରିଟ୍ ସହ ସମେତ ଗୋଟିଏ ଅଟୋ ଜବତ ସହ ଦୁଇ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ବ୍ରହ୍ମପୁର ଫାଷ୍ଟ୍ ଗେଟ୍ ଅଞ୍ଚଳର ଅକ୍ଷୟ ବେହେରା ଓ ମୁନା ସାବତଙ୍କୁ ଗିରଫ କରାଯାଇଛି ।ଏମାନଙ୍କ ବୟାନ ଆଧାରରେ ବଡ଼ ବଜାର ଥାନା ପୋଲିସ ଫାଷ୍ଟ୍ ଗେଟ୍ ଓମ ନଗର ସ୍ଥିତ ଏକ ଘରୁ ୮୧୬ ବୋତଲ ନକଲି ବିଦେଶୀ ମଦ ଓ ମଦ ତିଆରି ସାମଗ୍ରୀ ସହ ଦୁଇ ଜଣଙ୍କୁ ଗିରଫ କରିଛି । ସେହିପରି ଅନ୍ୟ ଏକ ଘରୁ ୩୦ ବସ୍ତା ନକଲି ଗୁଟଖା, ଗୁଟଖା ତିଆରି ସମାଗ୍ରୀ ଓ ମେସିନ ମଧ୍ୟ ଜବତ କରାଯାଇଛି।

Comments are closed.