ରାଜ୍ୟରେ ୨୬୯ ନୂଆ କୋରୋନା ପଜିଟିଭ ମାମଲା

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୬୯ ନୂଆ କୋରୋନା ପଜିଟିଭ । ଏମାନଙ୍କ ମଧ୍ୟରେ ଜଣ ୩୯ ବର୍ଷରୁ କମ ବୟସ୍କ । ସଙ୍ଗରୋଧରୁ ୧୫୭ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବାଲେଶ୍ବର ଜିଲ୍ଲାରୁ ୩, ବରଗଡ଼ରୁ ୮ ,ବଲାଙ୍ଗିରରୁ ୭, ଭଦ୍ରକରୁ ୪ , କଟକରୁ ୪୯ , ଦେବଗଡ଼ରୁ ୩ , ଗଞ୍ଜାମରୁ ୩ , ଜଗତସିଂହପୁରରୁ ୫ , ଯାଜପୁରରୁ ୯ , ଝାରସୁଗୁଡ଼ାରୁ ୨ , କଳାହାଣ୍ଡିରୁ ୫ , କନ୍ଧମାଳରୁ ୧ , କେନ୍ଦ୍ରାପଡ଼ାରୁ ୪ , କେନ୍ଦୁଝରରୁ ୪, ଖୋର୍ଦ୍ଧାରୁ ୬୬, ମୟୂରଭଞ୍ଜରୁ ୪ , ନବରଙ୍ଗପୁରରୁ ୧୧ , ନୟାଗଡ଼ରୁ ୧୪, ନୂଆପଡ଼ାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୀ ଜିଲ୍ଲାରୁ ୬ ,ରାୟଗଡ଼ାରୁ ୧ , ସମ୍ବଲପୁରରୁ ୯ , ସୋନପୁରରୁ ୪, ସୁନ୍ଦରଗଡ଼ରୁ ୨୯ ଓ ଷ୍ଟେଟ ପୁଲରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ସକ୍ରିୟ ମାମଲା ୧ ହଜାର ୭ ଶହ ୫୮ ରହିଛି।

Comments are closed.