କରୋନା ଅପଡେଟ୍: ଦେଶରେ ୫,୫୫୪ ନୂଆ ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫,୫୫୪ ନୂଆ ମାମଲା ରିପୋର୍ଟ ହୋଇଛି । ଏଥିସହ ମୋଟ ମାମଲା ୪,୪୪,୯୦,୨୮୩କୁ ବୃଦ୍ଧି ପାଇଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦେଶରେ ସକ୍ରିୟ ତଥା ଚିକିତ୍ସାଧୀନ କୋଭିଡ୍ ରୋଗୀଙ୍କ ସଂଖ୍ୟା ୪୮,୮୫୦ କୁ ହ୍ରାସ ପାଇଛି।

କରୋନା ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୫,୨୮,୧୩୯ ରେ ପହଞ୍ଚିଛି। ସକ୍ରିୟ ରୋଗୀଙ୍କ ସଂଖ୍ୟା ମୋଟ ସଂକ୍ରମଣର ୦.୧୧ ପ୍ରତିଶତ।

ମନ୍ତ୍ରଣାଳୟ କହିଛି ଯେ ଦେଶରେ କୋଭିଡରୁ ସୁସ୍ଥ ହାର ୯୮.୭୦ ପ୍ରତିଶତକୁ ବୃଦ୍ଧି ପାଇଛି। ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୮୬ ହ୍ରାସ ପାଇଛି। ଦୈନିକ ସଂକ୍ରମଣ ହାର ୧.୪୭ ପ୍ରତିଶତରେ ରେକର୍ଡ କରାଯାଇଥିବା ବେଳେ ସାପ୍ତାହିକ ହାର ୧.୮୦ ପ୍ରତିଶତରେ ରହିଛି ।

ମନ୍ତ୍ରଣାଳୟ କହିଛି ଯେ ଏପର୍ଯ୍ୟନ୍ତ ୪,୩୯,୧୩,୨୯୪ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ମହାମାରୀ ଯୋଗୁଁ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦେଶରେ ଏପର୍ଯ୍ୟନ୍ତ ୨୧୪.୭୭ କୋଟି କୋଭିଡ୍ ଟିକା ଦିଆଯାଇଛି।

Comments are closed.