ଲଗାତର ୨ ଶହ ଉପରେ ଦୈନିକ କୋରୋନା ସଂକ୍ରମଣ, ୨୪୫ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ବର – ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ ଶହ ଉପରେ ହିଁ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୪୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୪୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୦୧ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪୩ ଜଣ ୧୮ ବର୍ଷରୁ କମ୍ ବୟସ୍କ ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୮ ଜଣ ଚିହ୍ନଟ ହୋଇଛନ୍ତି।

ବାଲେଶ୍ବର ଜିଲ୍ଲାରୁ ୩, ବରଗଡ଼ ଜିଲ୍ଲାରୁ ୧, ଭଦ୍ରକରୁ ୩, ବଲାଙ୍ଗୀରରୁ ୧୨ , ବୌଦ୍ଧରୁ ୧, କଟକରୁ ୧୨ , ଦେବଗଡ଼ରୁ ୨, ଗଞ୍ଜାମରୁ ୪, ଜଗତସିଂହପୁରରୁ ୩, ଯାଜପୁରରୁ ୭ , ଝାରସୁଗୁଡ଼ାରୁ ୩, କଳାହାଣ୍ଡି ଜିଲ୍ଲାରୁ ୬ , କନ୍ଧମାଳରୁ ୪ , କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୬, ଖୋର୍ଦ୍ଧା ଜିଲ୍ଲାରୁ ୩୩, କୋରାପୁଟରୁ ୨, ମୟୂରଭଞ୍ଜରୁ ୮ , ନବରଙ୍ଗପୁରରୁ ୧୭ , ନୟାଗଡ଼ ଜିଲ୍ଲାରୁ ୭ , ନୂଆପଡ଼ାରୁ ୮, ପୁରୀରୁ ୧୨ , ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୬ , ସୋନପୁରରୁ ୫, ସୁନ୍ଦରଗଡ଼ରୁ ୫୮ ଓ ଷ୍ଟେଟପୁଲରୁ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ୧ ହଜାର ୭୫୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Comments are closed.