ବିଲୁଆ ଆକ୍ରମଣରେ ୧୨ ଆହତ, ଜଣେ ବୁର୍ଲାରେ ଭର୍ତ୍ତି

ସୁନ୍ଦରଗଡ଼/ ସମ୍ବଲପୁର : ସୁନ୍ଦରଗଡ଼ ବନାଞ୍ଚଳ ଅନ୍ତର୍ଗତ ସଲଙ୍ଗାବୁଡ଼ରେ ଅଭାବନୀୟ ଘଟଣା। ଏକ ପାଗଳ ବିଲୁଆର ଆକ୍ରମଣରେ ଗାଁର ୧୨ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। ଅନ୍ୟମାନଙ୍କୁ ସୁନ୍ଦରଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ସଲଙ୍ଗାବୁଡ ଗାଁରେ ଏକ ପାଗଳ ବିଲୁଆ ଘରକୁ ଘର ପଶି ୧୨ ଜଣଙ୍କୁ ଆକ୍ରମଣ କରିଛି। ଏଥିରେ ଗୁରୁବାରୀ ପୃଷେଠ ନାମକ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ମୁହଁ ଏବଂ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏହି ବିଲୁଆ ଆକ୍ରମଣରେ ୨ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି। ତେବେ, ଆଜି ସକାଳୁ ଗ୍ରାମବାସୀ ଉକ୍ତ ପାଗଳ ବିଲୁଆକୁ ପିଟି ପିଟି ମାରି ଦେଇଛନ୍ତି।

ସେମାନଙ୍କ ମଧ୍ୟରୁ ଗୁରୁବାରୀ ପୃଷେଠଙ୍କ ଅବସ୍ଥା ସଙ୍ଗୀନ ଥିବାରୁ ତାଙ୍କୁ ସୁନ୍ଦରଗଡ଼ ହସ୍ପିଟାଲରୁ ବୁର୍ଲା ନିଆଯାଇଛି। ଅନ୍ୟ ମାନଙ୍କୁ  ସୁନ୍ଦରଗଡ଼ ଡାକ୍ତରଖାନାରେ ରଖାଯାଇଛି। ଖବର ପାଇ ବନ ବିଭାଗର ଟିମ୍ ପହଞ୍ଚିଥିବାବେଳେ ୨ ଜଣ କର୍ମଚାରୀଙ୍କୁ ମଧ୍ୟ ଜନ୍ତୁଟି ଆକ୍ରମଣ କରିଥିବା ସୂଚନା ମିଳିଛି। ଏହି ଅଜଣା ଜନ୍ତୁଟି ରାତିରେ କିଛି ଲୋକଙ୍କୁ ଅ।କ୍ରମଣ କରିଥିବା ବେଳେ ପୁଣି ଭୋର ସମୟରେ ମଧ୍ୟ କିଛି ଜଣଙ୍କୁ ଅ।କ୍ରମଣ କରିଛି।
ଅ।କ୍ରମଣ ସମୟରେ ଲୋକଙ୍କ ମୁହଁକୁ ଅ।ଘାତ ଦେବା ସହ ଅ।ଖି  ଓ ନାକ ଅ।ଦିକୁ ଅ।ମ୍ପୁଡି ଦେଉଥିବା ଫଳରେ ଲୋକେ ଅ।ହତ ହୋଇଛନ୍ତି। କୌଣସି ସ୍ଥାନରେ ଲୁଚି ରହି ରହି ଆକ୍ରମଣ କରିଥିବାରୁ ଗାଁ ଲୋକେ ସାରା ରାତି ଚେଇଁ ରହିଥିଲେ। କିଛି ଲୋକ ଏହାକୁ ବିଲୁଅ। କହୁଥିବା ବେଳେ ପ୍ରକୃତରେ ଜନ୍ତୁଟି କଣ ଜଣା ପଡି ନାହିଁ।  ଜନ୍ତୁକୁ ଠାବ କରିବା ପାଇଁ ବନବିଭାଗ ତନାଘନା ଚଲାଇଛି।

Comments are closed.