୬୪୦ ବୋତଲ କଫସିରପ ସହ କାର ଜବତ, ଜଣେ ଗିରଫ

ବୌଦ୍ଧ : ମନମୁଣ୍ଡା ପୁଲିସକୁ ମିଳିଛି ବଡ଼ ସଫଳତା । ୬୪୦ ବୋତଲ କଫସିରପ ସହ ଏକ କାରକୁ ଜବତ କରିଛି ପୁଲିସ । ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିକୁ ଗିରଫ କରାଯାଇଛି ।
ସୂଚନା ମତେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମନମୁଣ୍ଡା ଜାତୀୟ ରାଜପଥ ନଂ ୫୭ ତେଲ ନଦୀ ପାର୍ଶ୍ବ ଗାନ୍ଧୀଛକ ଠାରେ ଯାନବାହନ ଯାଞ୍ଚ କରୁଥିବା ସମୟରେ ବୌଦ୍ଧ ପଟରୁ ଆସୁଥିବା ଏକ ଧଳା ରଙ୍ଗର ସୁଇପ୍ଟ ଡିଜାର କାର ପୋଲିସକୁ ଦେଖୁ ଚମ୍ପଟ ମାରୁଥିବା ବେଳେ ପୋଲିସ ଉକ୍ତ ଗାଡିକୁ ପିଛା କରି ଗାଡିକୁ ଯାଞ୍ଚ କରିଥିଲା । ଗାଡିକୁ ତନଖି କରିବାରୁ ୬୪୦ବୋତଲ କଫସିରପ ମିଳିଥିଲା । ପୋଲିସ କଫସିରପର କାଗଜପତ୍ର ମାଗିବାରୁ ଗାଡିରେ ଥିବା ବଲାଙ୍ଗୀର ଜିଲ୍ଲା ମାଲପଡାର ଜଗବନ୍ଧୁ ମେହେର(୩୩) ଦେଇପାରି ନଥିବାରୁ ବେଆଇନ ଭାବରେ ଚାଲାଣ କରୁଥିବାରୁ ନେଇ ମନମୁଣ୍ଡା ପୋଲିସ ତରଫରୁ କେସ୍ ନଂ ୧୬୮ / ୨୨ ଧାରା ୨୭୩ , ୨୭୪ , ୨୭୫ ରେ ମାମଲା ରୁଜୁ କରି କଫସିରପ ଓ ଗାଡିକୁ ଜବତ କରିବା ସମେତ ଜଗବନ୍ଧୁକୁ କୋର୍ଟ ଚାଲାଣ କରିଥିବା ବୌଦ୍ଧ ଉପଖଣ୍ଡ ପୋଲିସ ଅଧିକାରୀ ଆନନ୍ଦ ବର୍ଜନ ଗୁରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Comments are closed.