ଆଜିଠାରୁ ଓଜେଇଇ ଅନଲାଇନ କାଉନସେଲିଂ ପ୍ରକ୍ରିୟା

ଭୁବନେଶ୍ୱର- ରାଜ୍ୟର ସରକାରୀ ଏବଂ ବେସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ବି.ଟେକ, ବି.ଆର୍କ, ବି.ପ୍ଲାନ, ବି.କ୍ୟାଟ ଏବଂ ଇଣ୍ଟିଗ୍ରେଟେଡ ଏମ.ଏସସି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜିଠୁ ଅନଲାଇନ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ଏମବିଏ, ଏମସିଏ, ଏମ.ଟେକ, ଏମ.ଆର୍କ, ଏମ.ପ୍ଲାନ ଆଦି ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ଠାରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏନେଇ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜେଇଇ ମୁଖ୍ୟ ଏବଂ ଓଜେଇଇ ପରୀକ୍ଷା ଦେଇ ରାଙ୍କ ପାଇଥିବା ବିଦ୍ୟାର୍ଥୀ କାଉନସେଲିଂ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିପାରିବେ। ଓଜେଇଇ ୱେବସାଇଟ www.ojee.nic.in କୁ ଲଗଇନ କରି ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ।

Comments are closed.