ରାଜପଥରେ ମର୍ଣ୍ଣିୱାକ କରିବା ହେଲା କାଳ,  ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର

ବୌଦ୍ଧ,୧୨/୦୯ : ବୌଦ୍ଧ ଜିଲ୍ଲା ଜମଟାଙ୍ଗି ଛକ ନିକଟରେ ଆଜି ସକାଳ ମାର୍ନିଙ୍ଗ ୱାକ କରୁଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଯୁବକ ଜଣକ ହେଲେ ଜମଟାଙ୍ଗୀର ସନ୍ତୋଷ ସାହୁ ( ୩୨) । ଗାଡିଟି ବୌଦ୍ଧ ପଟରୁ ସୋନପୁରକୁ ଯାଉଥିଲା । ତେବେ ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଖବର ପାଇ ବାଉଁଶୁଣୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଯୁବକଙ୍କୁ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ପୁଲିସ ସୂଚନା ପାଇ ତଦନ୍ତ ଆରମ୍ଭ କରିଛି ।

Comments are closed.