ପ୍ରବଳ ବର୍ଷାରେ ମାଲକାନଗିରି ଜିଲ୍ଲା ଉବୁଟୁବୁ

ମାଲକାନଗିରି – ପ୍ରବଳ ବର୍ଷାରେ ମାଲକାନଗିରି ଜିଲ୍ଲା ଅସ୍ତବ୍ୟସ୍ତ । ମାଲକାନଗିରି ସୀମାନ୍ତ ମୋଟୁ ନିକଟରେ ଥିବା କୁଇଗୁର ପୋଲ ଉପରେ ୨ରୁ ୩ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି। ଓଡ଼ିଶାରୁ ଆନ୍ଧ୍ରକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଗତ ଦୁଇଦିନ ହେଲା କାଲିମେଳା ଓ ମୋଟୁ ଅଂଚଳରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ମୋଟୁ ନିକଟରେ ପ୍ରବାହିତ ହେଉଥିବା ସିଲେରୁ ଓ ସାବେରୀ ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଗତ ଅଗଷ୍ଟ ବନ୍ୟାରେ ମଧ୍ୟ ମୋଟୁରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।

Comments are closed.