ସିବିଆଇ କରିବ ସୋନାଲି ଫୋଗାଟ ମୃତ୍ୟୁ ମାମଲାର ତଦନ୍ତ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ସୋନାଲି ଫୋଗାଟ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛି।

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସିବିଆଇ ଯାଞ୍ଚ ପାଇଁ ଅନୁରୋଧ କରିବା ପରେ ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି।

ହରିୟାଣାର ହିସାରର ବିଜେପି ନେତ୍ରୀ ତଥା ଟିକଟିକ୍ ଷ୍ଟାର ଫୋଗାଟଙ୍କ ଅଗଷ୍ଟ ୨୨-୨୩ ମଧ୍ୟବର୍ତ୍ତୀ ରାତ୍ରିରେ ଗୋଆରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଏନେଇ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଏହି ମାମଲାରେ ଫୋଗାଟଙ୍କ ଦୁଇ ସହଯୋଗୀଙ୍କ ସମେତ ଗୋଆ ପୋଲିସ ୫ ଜଣଙ୍କୁ ଗିରଫ କରିଛି।

Comments are closed.