ରାଜ୍ୟ ଆଇଏଏସ ସ୍ତରରେ ଅଦଳବଦଳ : ଶାଳିନୀ ପଣ୍ଡିତ ସ୍ୱାସ୍ଥ୍ୟ ସଚିବ, ନିକୁଞ୍ଜ ଧଳ ଅବକାରୀ ସଚିବ

ଭୁବନେଶ୍ୱର – ଆଇଏଏସ୍ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଶାଳିନୀ ପଣ୍ଡିତଙ୍କୁ ସ୍ବାସ୍ଥ୍ୟ ସଚିବ ଭାବେ ନିଯୁକ୍ତ ଦିଆଯାଇଛି। ନିକୁଞ୍ଜ ଧଳଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।ସେ ଗ୍ରୀଡକୋ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ । କୃଷି ସଚିବ ଅରବିନ୍ଦ ପାଢ଼ୀ ବୟନ ଓ ହସ୍ତତନ୍ତ ବିଭାଗର ଅତିରିକ୍ତ ଦାୟିତ୍ବ ସମ୍ଭାଳିବେ । କୃଷି ସଚିବ ଅରବିନ୍ଦ ପାଢ଼ୀ ହସ୍ତତନ୍ତ ଓ ବୟନ ଶିଳ୍ପ ସଚିବ ରହିବେ । ସୁରେଶ କୁମାର ବଶିଷ୍ଠଙ୍କୁ ମତ୍ସ୍ୟ ଓ ପ୍ରାଣୀ ସଂପଦ ସଚିବ ଦାୟିତ୍ୱ ଦିଆଯାଇଛି।

ଗୁହାପୁନମ ତାପସ କୁମାର ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ହେବେ । ବୃନ୍ଦା ଡି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ହେବେ ।

ସଞ୍ଜୟ କୁମାର ମିଶ୍ରଙ୍କୁ ଓପିଟିସିଏଲ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ସରୋଜ କୁମାର ମିଶ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ବ ଦିଆଯାଇଛି।

ଶୁଭା ଶର୍ମାଙ୍କୁ ମହିଳା ଓ ଶିଶୁ କଲ୍ୟାଣ ସଚିବ ଭାବେ ନିଯୁକ୍ତ ହୋଇଥିବା ବେଳେ ଭାସ୍କର ଜ୍ୟୋତି ଶର୍ମା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଚିବ ହୋଇଛନ୍ତି।

Comments are closed.