ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

ବରଗଡ଼: ବରଗଡ ଜିଲ୍ଲାରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ । ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣ ନାଏକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ନିରୀକ୍ଷକ ଶଙ୍କରଜିତ ଦାଶ, ଭାରପ୍ରାପ୍ତ ଅଧିକାରୀ ଏଚ.ଜଗାରାଓ ଓ ସହକର୍ମୀ ବିଭିନ୍ନ ସ୍ଥାନରେ ବେଆଇନ ମଦ ଭାଟି ଉପରେ ଚଢାଉ କରିଥିଲେ ।
ଡଙ୍ଗାଛଚା ଗ୍ରାମର ପ୍ରଦୀପ ଅଗ୍ରୱାଲ ଘରେ ଚଢାଉ କରି ୪୫ ବୋତଲ ବିଦେଶୀ ମଦ, ୨୮ଟି କିଙ୍ଗଫିସର ବିଅର,୨୬୭ ବୋତଲ ମୃତ୍ୟୁ ସଞ୍ଜିବନୀ ସୁରା ଓ ଏଥିପାଇଁ ବ୍ୟବହୃତ ବଡ ଫ୍ରିଜର ଜବତ ହୋଇଛି । ଏବେ ଏହି ଅଞ୍ଚଳରେ ଏପରି ବଢ଼ିବାରେ ଲାଗିଛି ଅପରାଧ, ଯାହା ଅବକାରୀ ବିଭାଗର ଚିନ୍ତା ବଢାଇଛି । ଯେଉଁଥିପାଇଁ ଅବକାରୀ ବିଭାଗ ଧରପଗଡ଼ ଜୋରଦାର ଚଳାଇଛି ।

Comments are closed.