ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ଆରମ୍ଭ ହେଲା ପେପରଲେସ କୋର୍ଟ

କଟକ – ରାଜ୍ୟରେ ନ୍ୟାୟପାଳିକା ସହ ଆଜି ଯୋଡ଼ି ହେଲା ଏକ ନୂଆ ଅଧ୍ୟାୟ । ସମସ୍ତ ୩୦ ଜିଲ୍ଲାରେ ଆରମ୍ଭ ହେଲା ପେପରଲେସ୍ କୋର୍ଟ । ଏହି ପେପରଲେସ୍ କୋର୍ଟର ଶୁଭାରମ୍ଭ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁ. ୟୁ ଲଳିତ । ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଏମ.ଆର ଶାହା ଓ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଉପସ୍ଥିତ ଥିଲେ । ପେପରଲେସ କୋର୍ଟ ଦ୍ୱାରା ବିଚାର ପ୍ରକ୍ରିୟା ସହଜ ହୋଇପାରିବ । ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟକୁ ଏକତ୍ର ରଖା ଯାଇପାରିବ । ଲୋକେ ଘରେ ବସି କୋର୍ଟରେ ଅଭିଯୋଗ କରିପାରିବେ ।
ଅପେକ୍ଷାକୃତ କମ୍ ସମୟରେ ମାମଲାର ବିଚାର କରାଯାଇପାରିବ । ସମୟାନୁସାରେ ସଭିଏଁ ଟେକ୍ନୋଲୋଜିକୁ ଗ୍ରହଣ କରିବା ଆବଶ୍ୟକ ବୋଲି ପେପରଲେସ କୋର୍ଟର ଶୁଭାରମ୍ଭ କରି କହିଛନ୍ତି ପ୍ରଧାନ ବିଚାରପତି ।ଏହି ଅବସରରେ ଚିଫ୍ ପିଏମଜି ଶୁଭେନ୍ଦୁ ସ୍ୱାଇଁଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପୋଷ୍ଟାଲ କଭର ଓ ପୋଷ୍ଟକାର୍ଡର ଶୁଭାରମ୍ଭ ହୋଇଛି ।

Comments are closed.