ଜୋରଦାର ହେଲା କମିଶନରେଟ ପୋଲିସର ‘ଅପରେସନ ହ୍ୱ।ଇଟ ସ୍ବାଇଡର’

ଭୁବନେଶ୍ୱର – ଆକ୍ସନ ମୋଡ଼ରେ କମିଶନରେଟ୍‌ ପୋଲିସ । ‘ଅପରେସନ ହ୍ବାଇଟ ସ୍ପାଇଡର’କୁ ଜୋରଦାର କରିଛି କମିଶନରେଟ ପୋଲିସ । ପାର୍ବଣ ପୂର୍ବରୁ ଅପରାଧୀ ଓ ନିଶା କାରବାର ଉପରେ ରୋକ ଲଗାଇବାକୁ ଜାରି ରହିଛି ଅଭିଯାନ। ପୁଣି ନିଶା ବେପାରୀଙ୍କ ଘର ଭାଙ୍ଗୁଛି ପୋଲିସ । ୨ ନିଶାରାଣୀ ଅନ୍ନପୂର୍ଣ୍ଣା ବେହେରା ଓ ରଞ୍ଜୁ ନାୟକର ଘର ଭଙ୍ଗାଯାଇଛି ।

ଭୁବନେଶ୍ୱର ନାରାୟଣ ବସ୍ତିରେ ପି. ସୁବ୍ରତ ରାଓ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଲେଡି ଡନ୍ ରଞ୍ଜୁ ନାୟକର ଘର ଭାଙ୍ଗିଛି ପୋଲିସ । ବୁଲ ଡ୍ରୋଜର ଲଗାଇ ଘର ଭଙ୍ଗା ଯାଇଛି । ସୁବ୍ରତ ରାଓ ହତ୍ୟା ଘଟଣାରେ ରଞ୍ଜୁ ଓ କାହ୍ନାକୁ ବୁଧବାର ଗିରଫ କରିଥିଲା ପୋଲିସ । ଗଞ୍ଜାମର ଏକ ଜଙ୍ଗଲ ନିକଟରୁ ଉଭୟ ରଞ୍ଜୁ ଓ କାହ୍ନାକୁ କମିଶନରେଟ୍ ପୋଲିସ ଧରିଥିଲା ।

Comments are closed.