ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କିରାଣୀ

ଜୟପୁର – ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ କିରାଣୀ । ୫ ହଜାର ଲାଞ୍ଚ ନେବାବେଳେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ତହସିଲ ଅଫିସର ମୁଖ୍ୟ କିରାଣୀ ସତ୍ୟ ନାରାୟଣ ଦଳେଇଙ୍କୁ ଭିଜିଲାନ୍ସ ଧରିଛି । ଚାଷ ଜମି ପଟ୍ଟାକୁ ଘରବାଡ଼ି ପଟ୍ଟାରେ ପରିବର୍ତ୍ତନ କରାଇ ଦେବାକୁ ରେକର୍ଡ ରୁମ୍ ଦାୟିତ୍ୱରେ ଥିବା ଦଳେଇ ଲାଞ୍ଚ ନେଉଥିଲେ। ଲାଞ୍ଚ ଟଙ୍କାକୁ ଜବତ କରିଛି ଭିଜିଲାନ୍ସ। କିରାଣୀ ଜଣକ ଜଣେ ବ୍ୟକ୍ତିଙ୍କୁ ରେକର୍ଡ ପରିବର୍ତ୍ତନ କରି ଜମି ପଟ୍ଟା ଦେବା ନିମନ୍ତେ ଲାଞ୍ଚ ମାଗିଥିଲେ। ସମ୍ପୃକ୍ତ ବ୍ୟକ୍ତି ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

Comments are closed.