ଓଡିଶା ଇନଭେଷ୍ଟର୍ସ ମିଟ୍ ପାଇଁ ବେଙ୍ଗାଳୁରୁରେ ମୁଖ୍ୟମନ୍ତ୍ରୀ, ଅଜିମ ପ୍ରେମଜୀଙ୍କୁ କଲେ ସାକ୍ଷାତ

ଭୁବନେଶ୍ୱର -ଆସନ୍ତା ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଥିବା ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ପୂର୍ବରୁ ଆଉ ଏକ ଓଡିଶା ଇନଭେଷ୍ଟର୍ସ ମିଟରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଙ୍ଗାଳୁରୁରେ ପହଞ୍ଚିଛନ୍ତି । ଆସନ୍ତାକାଲି ହେବାକୁ ଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟରେ ୫୦୦ରୁ ଅଧିକ ଶିଳ୍ପପତି, ବ୍ୟବସାୟୀ, କର୍ପୋରେଟ୍ ପ୍ରତିନିଧି ଓ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଦୁବାଇ, ଦିଲ୍ଲୀ, ମୁମ୍ବାଇରେ ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇ ନିବେଶକମାନଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଅପରାହ୍ନରେ ବେଙ୍ଗାଲୁରୁରେ ପହଂଚିବା ପରେ ୱିପ୍ରୋର ପୂର୍ବତନ ଅଧ୍ୟକ୍ଷ ଅଜିମ୍ ପ୍ରେମଜୀ ଓ ଅନ୍ୟ କିଛି ଶିଳ୍ପପତିଙ୍କ ସହ ବୈଠକ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ବାଙ୍ଗାଲୁରୁ ଗସ୍ତ କରିଛନ୍ତି ।

Comments are closed.