ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଖେଳପଡିଆରୁ ବ୍ରାଉନ ସୁଗାର ଜବତ, ୨୧ ବର୍ଷିୟ ଯୁବକ ଗିରଫ

ବ୍ରହ୍ମପୁର – ବ୍ରାଉନ ସୁଗାର ରଖିଥିବା ଜଣେ ଯୁବକଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳପଡିଆରେ ଏକ ନିର୍ମାଣାଧୀନ କୋଠାରୁ ପୋଲିସ ପ୍ରାୟ ୮ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୨୧ ବର୍ଷିୟ ଭି.ଆଶିଷ କୁମାର ଓରଫ କାଣ୍ଡେଲ ଆଶିଷଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଯୁବକ ଜଣକ ବଡ଼ ବଜାର ପୋଲିସ ଥାନା ଅଧୀନସ୍ଥ ପ୍ରେମ ନଗର ଚତୁର୍ଥ ଲାଇନର ବାସିନ୍ଦା।

ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବ୍ରହ୍ମପୁର ସଦର ଥାନା ପୋଲିସ ଏସଆଇ ଜ୍ଞାନରଞ୍ଜନ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳପଡିଆରେ ନିର୍ମାଣାଧୀନ କୋଠା ଉପରେ ଚଢ଼ାଉ କରି ଅଭିଯୁକ୍ତଙ୍କଠାରୁ ବ୍ରାଉନ ସୁଗାର, ୪ ହଜାର ୩ ଶହ ନଗଦ ଟଙ୍କା ଏବଂ ଗୋଟିଏ ମୋବାଇଲ ଫୋନ ଜବତ କରିଥିଲେ । ଗିରଫ ଯୁବକଙ୍କୁ କୋର୍ଟ ଚାଲାଣ କରାଯିବା ସହ ମାମଲାର ଅଧିକ ତଦନ୍ତ ଚାଲିଥିବା ବ୍ରହ୍ମପୁର ଏସପି ଏମ୍ .ବିବେକ ଶ୍ରବଣନ କହିଛନ୍ତି।

Comments are closed.