ସ୍ୱିଡେନର ବୈଜ୍ଞାନିକ ସ୍ବାନ୍ତେ ପାବୋଙ୍କୁ ମେଡିସିନ୍ ପାଇଁ ନୋବେଲ ପୁରସ୍କାର

ଷ୍ଟକହୋମ: ମେଡିସିନ୍ ତଥା ଫିଜିଓଲୋଜି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୨୦୨୨ ବର୍ଷ ପାଇଁ ଏହି ପୁରସ୍କାର ସ୍ୱିଡେନର ବୈଜ୍ଞାନିକ ସ୍ବାନ୍ତେ ପାବୋଙ୍କୁ ଦିଆଯାଇଛି | ପାବୋ ହେଉଛନ୍ତି ସ୍ୱିଡେନର ଜଣେ ଜେନେଟିକ୍ସ ବିଶେଷଜ୍ଞ | ବିଲୁପ୍ତ ହୋମିନିନ ଏବଂ ମାନବ କ୍ରମବିକାଶ ଉପରେ ଗବେଷଣା ପାଇଁ ପାବୋଙ୍କୁ ମେଡିସିନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି।

ନୋବେଲ କମିଟି ସଚିବ ଥୋମାସ ପର୍ଲମାନ ସୋମବାର ସ୍ୱିଡେନର ଷ୍ଟକହୋମସ୍ଥିତ କାରୋଲିଂକ୍ସା ଅନୁଷ୍ଠାନରେ ବିଜେତା ଘୋଷଣା କରିଛନ୍ତି। ମେଡ଼ିସିନ ପାଇଁ ନୋବେଲ ପୁରସ୍କାର ସ୍ୱିଡେନର କାରୋଲିଂକ୍ସା ଅନୁଷ୍ଠାନ ନୋବେଲ କମିଟି ତରଫରୁ ପ୍ରଦାନ କରାଯାଏ | ଏହାର ପୁରସ୍କାର ରାଶି ହେଉଛି ୧୦ ନିୟୁତ ସ୍ୱିଡେନ କ୍ରୁନ୍ |

Comments are closed.