କରୋନା ଅପଡେଟ୍: ଦେଶରେ ୨୫୨୯ ନୂଆ ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨୫୨୯ ନୂଆ କରୋନା ମାମଲା ରିପୋର୍ଟ ହେବା ପରେ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୬,୦୪,୪୬୩କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୨,୨୮୨ କୁ ହ୍ରାସ ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ଏହି ସୂଚନା ଦେଇଛି।

ମନ୍ତ୍ରଣାଳୟ ତରଫରୁ ଗୁରୁବାର ସକାଳ ୮ ଟା ସୁଦ୍ଧା ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ କୋଭିଡ୍-୧୯ ସଂକ୍ରମଣ ଯୋଗୁଁ ଆଉ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ ମୋଟ କୋଭିଡ୍ ସଂଖ୍ୟା ୫,୨୮,୭୪୫ କୁ ବୃଦ୍ଧି ପାଇଛି।

ତଥ୍ୟ ଅନୁଯାୟୀ, ଦେଶରେ କରୋନା ମାମଲା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୨,୨୮୨ କୁ ଖସି ଆସିଛି, ଯାହା ମୋଟ ରୋଗର ୦.୦୭ ପ୍ରତିଶତ । ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ହେଉଥିବା ରୋଗୀଙ୍କ ସଂଖ୍ୟା ୧,୦୩୬ ଟି ହ୍ରାସ ପାଇଛି। ରୋଗୀମାନଙ୍କର ଜାତୀୟ ସୁସ୍ଥତା ହାର ହେଉଛି ୯୮.୭୪ ପ୍ରତିଶତ ।

ସଦ୍ୟତମ ତଥ୍ୟ ଅନୁଯାୟୀ, ଦୈନିକ ସଂକ୍ରମଣ ହାର ୨.୦୭ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୩୮ ପ୍ରତିଶତ ରେକର୍ଡ କରାଯାଇଛି । ଦେଶରେ ଏଯାବତ୍ ୪,୪୦,୪୩,୪୩୬ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ କୋଭିଡ-୧୯ ରୁ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି ।

Comments are closed.