ଟ୍ୱିଟରକୁ ଗୁଡବାଏ କହିଲେ କରଣ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ କରଣ ଜୋହର ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରକୁ ଗୁଡବାଏ କରିଛନ୍ତି । ସେ ଏହି ମାଇକ୍ରୋ ବ୍ଲଗିଂ ସାଇଟରେ ନିଜ ଆକାଉଣ୍ଟ ବନ୍ଦ କରିଦେଇଛନ୍ତି ବୋଲି ଜୋହର ଘୋଷଣା କରିଛନ୍ତି । ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଅତ୍ୟଧିକ ନକାରାତ୍ମକତାରେ ସେ ଅତିଷ୍ଠ ହୋଇ ପଡ଼ିଛନ୍ତି । ଏଥିପାଇଁ ସେ ଟ୍ୱିଟର ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କରଣ ଫ୍ୟାନ୍ ମାନଙ୍କୁ ନିଜ ଶେଷ ଟ୍ବିଟରେ ସୂଚନା ଦେଇଛନ୍ତି। ତେବେ କରଣ ଜୋହରଙ୍କ ଏହି ଟ୍ୱିଟରେ ଲୋକମାନେ ଅନେକ ନକାରାତ୍ମକ କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି।

କରଣ ଜୋହର ଏହି ଟୁଇଟରେ ଲେଖିଛନ୍ତି, ‘ ଆହୁରି ଅଧିକ ପଜିଟିଭ୍ ଏନର୍ଜି ପାଇଁ ସ୍ଥାନ ସୃଷ୍ଟି କରିବା ପାଇଁ ଏହା ହେଉଛି ପ୍ରଥମ ପଦକ୍ଷେପ | ଗୁଡବାଏ ଟ୍ୱିଟର !”

କରଣ ଜୋହରଙ୍କ ଏହି ଟ୍ୱିଟ୍ ଉପରେ ତାଙ୍କୁ ୟୁଜରମାନେ ବହୁତ କିଛି ଶୁଣାଇଛନ୍ତି। ଜଣେ ୟୁଜର କହିଛନ୍ତି – ସାର୍, ଯଦି ଆପଣ ସମଗ୍ର ଭାରତରେ ଶାନ୍ତି ଏବଂ ସୁଖ ଚାହୁଁଛନ୍ତି, ତେବେ ଇଣ୍ଟରନେଟରୁ ଅଳିଆ ମଧ୍ୟ ବାହାର କରନ୍ତୁ | ଆଉ ଜଣେ ୟୁଜର କହିଛନ୍ତି – କେହି ଆପଣଙ୍କୁ ମିସ୍ କରିବେ ନାହିଁ | ଅନ୍ୟ ଜଣେ ଟ୍ୱିଟର ୟୁଜର କହିଛନ୍ତି – ଶାହାରୁଖଙ୍କ ବ୍ୟତୀତ ଅନ୍ୟ କେହି ଆପଣଙ୍କୁ ମିସ୍ କରିବେ ନାହିଁ।

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ କରଣ ଜୋହର ସୋସିଆଲ ମିଡିଆରେ ‘ନେଗେଟିଭିଟି’ର ଶିକାର ହୋଇଥିବା ବିଷୟରେ କହିଥିଲେ । ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଲୋକମାନେ ବଲିଉଡରେ ନେପୋଟିଜିମକୁ ପ୍ରଶ୍ରୟ ଦିଆଯାଉଥିବା ନେଇ ଅଭିଯୋଗ କରିଥିଲେ । ଏହି ମାମଲାରେ ଲୋକେ ସୋସିଆଲ ମିଡିଆରେ କରଣ ଜୋହରଙ୍କୁ ଜୋରଦାର ଟ୍ରୋଲ କରିବା ସହ ତାଙ୍କୁ ନେପୋଟିଜମର ଧ୍ବଜା ବାହକ ବୋଲି କହି ସମାଲୋଚନା କରିଥିଲେ ।

Comments are closed.