ଲାଞ୍ଚୁଆ ବିଇଓଙ୍କୁ ଧରିଲା ଭିଜିଲାନ୍ସ

ବଲାଙ୍ଗୀର – ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ବ୍ଲକ ଶିକ୍ଷାଧିକାରୀ ରାଘବ ପାଣିଗ୍ରାହୀ। ବିଭାଗୀୟ ଯାଞ୍ଚର ସମ୍ମୁଖୀନ ହୋଇଥିବା ଜଣେ ସହକାରୀ ଶିକ୍ଷକଙ୍କ ସପକ୍ଷରେ ରିପୋର୍ଟ ପ୍ରଦାନ ପାଇଁ ଶିକ୍ଷାଧିକାରୀ ଜଣକ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସଂପୃକ୍ତ ଶିକ୍ଷକଙ୍କ ଅଭିଯୋଗ କ୍ରମେ ଶିକ୍ଷାଧିକାରୀଙ୍କୁ ଲାଞ୍ଚ ନେବାବେଳେ ଗିରଫ କରିଛି ଭିଜିଲାନ୍ସ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହା ପରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ସନ୍ଦେହରେ ଶିକ୍ଷାଧିକାରୀଙ୍କ ଦୁଇଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।

Comments are closed.