ଭବାନୀପାଟଣା ବିଇଓ ଅଫିସ୍ ଅର୍ଥ ହେରଫେର ମାମଲା : ଫେରାର ମହିଳା ଆକାଉଣ୍ଟାଣ୍ଟଙ୍କ ଘର ସିଲ୍ କଲା ଭିଜିଲାନ୍ସ, ଅଫିସରେ ରେଡ୍

ଭବାନୀପାଟଣା – ଭବାନୀପାଟଣା ବିଇଓ କାର୍ଯ୍ୟାଳୟ ଆକାଉଣ୍ଟାଣ୍ଟଙ୍କ ଦ୍ୱାରା ଅର୍ଥ ହେରଫେର ଘଟଣାରେ ଆଜି ଭିଜିଲାନ୍ସ କ‌ାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଫେରାର ଥିବା ମହିଳା ଆକାଉଣ୍ଟାଣ୍ଟ୍ ଙ୍କ ଇରିଗେସନ କଲୋନିସ୍ଥିତ ବାସଭବନକୁ ସିଲ୍‌ କରାଯାଇଛି। ଡିଇଓଙ୍କ ନିର୍ଦ୍ଦେଶରେ ଆକାଉଣ୍ଟାଣ୍ଟଙ୍କ ଆଲମାରି ଭଙ୍ଗା ଯାଇଥିଲା। ଏଥିରୁ କ୍ୟାସ୍‌ବୁକ, ଚେକ୍‌ବୁକ୍‌ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଗାଏବ ଥିବା ଜଣାପଡ଼ିଛି। ୬ ଦିନ ହେଲା ସଂପୃକ୍ତ ମହିଳା ଆକାଉଣ୍ଟାଣ୍ଟ ଫେରାର ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଭବାନୀପାଟଣା ବିଇଓ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆଁର ୩୯ ଲକ୍ଷରୁ ଅଧିକ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ଫେରାର ହୋଇଯାଇଛନ୍ତି। ତାଙ୍କ ପାଖରେ ଅଫିସ୍‌ର ଚାବି ମଧ୍ୟ ରହିଯାଇଛି। ଡିଇଓଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ଉପସ୍ଥିତିରେ ଆଲମାରି ଭଙ୍ଗା ଯାଇ ଛାନ୍‌ଭିନ୍‌ କରାଯାଇଥିଲା। ମାତ୍ର, ଏହି ଆଲମାରିରେ କ୍ୟାସ୍‌ବୁକ୍‌, ଚେକ୍‌ବୁକ୍‌ ଓ ବ୍ୟାଙ୍କ ପ୍ରଦାନ କରିଥିବା କାଗଜପତ୍ର ନଥିଲା । ଦେଖିବାକୁ ମିଳିଛି। ସେହିଭଳି ବହୁଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନେଇ ଯାଇ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିବା ଅନୁମାନ କରାଯାଇଛି। ଷ୍ଟେଟବ୍ୟାଙ୍କ ଓ ଏକ୍ସିସ ବ୍ୟାଙ୍କର କାଗଜପତ୍ର ଆଣି ଭିଜିଲାନ୍ସ ଅନୁସନ୍ଧାନ ଜାରି ରଖିଛି।

Comments are closed.