ହକି ବିଶ୍ୱକପ ପୂର୍ବରୁ ରାଉରକେଲା ବିମାନବନ୍ଦର କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆଗାମୀ ହକି ବିଶ୍ୱକପ ଦୃଷ୍ଟିରୁ ରାଉରକେଲା ବିମାନ ବନ୍ଦର କାର୍ଯ୍ଯକ୍ଷମ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ମଧ୍ୟରେ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପର ମ୍ୟାଚ ଖେଳାଯିବ। ଏ ବର୍ଷ ନଭେମ୍ବର ୩୦ ତାରିଖ ପୂର୍ବରୁ ରାଉରକେଲା ବିମାନବନ୍ଦରକୁ କାର୍ଯ୍ଯକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି।

ଏ ନେଇ ସେଲ୍ ଓ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୁଝାମଣା ପତ୍ର ନବୀକରଣ କରିବା ସହ ରନଓ୍ୱେ, ଟର୍ମିନାଲ ଭଳି କାର୍ଯ୍ୟ ସମୀକ୍ଷା କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଛନ୍ତି ମୁଖ୍ୟମନ୍ତ୍ରୀ। ରାଉରକେଲାରୁ ଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ମେଟ୍ରୋ ସିଟିକୁ ବିମାନ ସେବା ଶୀଘ୍ର ଆରମ୍ଭ କରିବା ଦିଗରେ ଶୀଘ୍ର ହସ୍ତକ୍ଷେପ କରିବାକୁ ଚିଠିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଅନୁରୋଧ ମୁଖ୍ୟମନ୍ତ୍ରୀ ।

Comments are closed.