ହ୍ବାଟସଆପକୁ ଝଟକା: ପ୍ରାଇଭେସି ପଲିସିର ତଦନ୍ତ ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏହାର ୨୦୨୧ ପ୍ରାଇଭେସି ପଲିସି ନେଇ ହ୍ବାଟସଆପକୁ ଝଟକା ଲାଗିଛି | ପ୍ରାଇଭେସି ପଲିସି ସଂକ୍ରାନ୍ତ ତଦନ୍ତ ଉପରେ ରୋକ୍ ଲଗାଇବାକୁ ଏହି ଇନଷ୍ଟାଣ୍ଟ ମେସେଜିଂ ଆପର ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ହ୍ବାଟସଆପର ପ୍ୟାରେଣ୍ଟ୍ କମ୍ପାନୀ ମେଟା ପ୍ଲାଟଫର୍ମ ଇନକ୍ ତରଫରୁ ସୁପ୍ରିମକୋର୍ଟରେ ଏହି ଆବେଦନ କରାଯାଇଥିଲା। ଏଥିରେ ୨୦୨୧ ପାଇଁ ହ୍ବାଟସଆପ୍ ଆପର ଅପଡେଟ୍ ପ୍ରାଇଭେସି ପଲିସିର ଯାଞ୍ଚ ପାଇଁ ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ଆଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା। ତେବେ କୋର୍ଟ ଏହାକୁ ଖାରଜ କରିଛନ୍ତି।

ଜଷ୍ଟିସ୍ ଏମ୍ଆର ଶାହା ଏବଂ ଜଷ୍ଟିସ୍ ସୁଦର୍ଶନ ଧୁଲିଆଙ୍କ ଏକ ଖଣ୍ଡପୀଠ କହିଛନ୍ତି ଯେ ସିସିଆଇ ଏକ ସ୍ବାଧୀନ ପ୍ରାଧିକରଣ ଏବଂ ଏହାର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଯାଇ ପାରିବ ନାହିଁ। ଏହା ସହିତ ମୁଖ୍ୟ ଜାତୀୟ ପ୍ରତିଯୋଗିତା ପ୍ରାଧିକରଣ ଦ୍ୱାରା ନିର୍ଦ୍ଦେଶିତ ତଦନ୍ତକୁ ସମର୍ଥନ କରି ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ହ୍ବାଟସଆପର ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ।

Comments are closed.