୩୨ ଦାଦନ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ

ବଲାଙ୍ଗୀର: ଦୁଇଟି ପୃଥକ ସ୍ଥାନରୁ ୩୨ ଦାଦନ ଶ୍ରମିକ ଉଦ୍ଧାର। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ ଶୁକ୍ରବାର ପାଟ୍ରୋଲିଂ ସମୟରେ ଗମ୍ଭାରୀ ଛକ ଠାରୁ ୧୦ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଏହାପରେ ଦିନ ୧୧ଟାରେ ଭେଲୁଆଁଖୋଲ ନିକଟରୁ ଏକ ବସ୍‌ରୁ ୨୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏହା ସହ ୨ ଦାଦନ ସର୍ଦ୍ଦାରଙ୍କୁ ପୋଲିସ ଗିରଫ କରିଛି। ଉଦ୍ଧାର ହୋଇଥିବା ଦାଦନ ଶ୍ରମିକମାନେ ଓଡ଼ିଆପାଲି ପଞ୍ଚାୟତ ଅନ୍ତର୍ଗତ ବୁଢ଼ୀବାହାଲ ଗ୍ରାମର ୩ଜଣ ପୁରୁଷ, ୩ ଜଣ ମହିଳା ସମେତ ୪ ଜଣ ଶିଶୁ ବୋଲି ଜଣାପଡ଼ିଛି। ସେହିପରି ତୁରେକେଲା ଥାନା ଖୁଟଲୁମୁଡାର ଦାଦନ ସର୍ଦ୍ଦାର ଗଣେଶ ପାତ୍ର ତରଫରୁ ବୁଢ଼ୀବାହାଲ ଗ୍ରାମର ଦାଦନ ଦଲାଲ ଟଙ୍କଧର ପୁଟେଲ ସେମାନଙ୍କୁ ଏକ ବୋଲେରୋ ଯୋଗେ ବାହାର ରାଜ୍ୟକୁ ବେଆଇନ ଭାବେ ଚାଲାଣ କରୁଥିବା ଜଣାପଡିଥିଲା।

ସେହିପରି ସକାଳ ୧୧ଟା ବେଳେ ଭେଲୁଆଁଖୋଲ ନିକଟରେ ପିଙ୍କି ବସରୁ ୨୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲା ପୋଲିସ l ସେମାନଙ୍କୁ ଖୁଟଲୁମୁଣ୍ଡାର ଦାଦନ ସର୍ଦ୍ଦାର ପୁରନ ବାଗ ତରଫରୁ ଦାଦନ ଦଲାଲ ଦୟାନନ୍ଦ ସାହୁ ବାହାର ରାଜ୍ୟକୁ ଚାଲାଣ କରୁଥିବା ଜଣାପଡିଥିଲା lଏହି କ୍ରମରେ ସମୁଦାୟ ୩୨ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି। ବୋଲେରୋ ସମେତ ଦୁଇ ଦାଦନ ଦଲାଲଙ୍କୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ କରୁଛି। ଏନେଇ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତିl

Comments are closed.