ଶ୍ରୀମନ୍ଦିରରେ ଦୀପାବଳୀ ଅବସରରେ ସ୍ୱତନ୍ତ୍ର ନୀତିକାନ୍ତି, ସୂର୍ଯ୍ୟୋପରାଗ ଦୃଷ୍ଟିରୁ ବିଶେଷ ବ୍ୟବସ୍ଥା

ପୁରୀ- ଶ୍ରୀମନ୍ଦିରରେ ଦୀପାବଳି ଅବସରରେ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ତେବେ ସୂର୍ଯ୍ୟୋପରାଗ ପଡୁଥିବାରୁ ଆଜି ହିଁ ପୟାଶ୍ରାଦ୍ଧ, କାଉଁରିଆ କାଠି ପ୍ରଜ୍ଜ୍ୱଳନ, କାଳୀ ପୂଜା ଓ ଦୀପଦାନ ଅନୁଷ୍ଠିତ ହେବ ।

ଆସନ୍ତାବର୍ଷ ଭୋରରୁ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ପଡ଼ୁଛି । ସୂର୍ଯ୍ୟୋପରାଗ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ପାକତ୍ୟାଗ ନୀତି ରହିଛି । ଗ୍ରହଣ ସ୍ପର୍ଶ ଦିନ ୪ଟା ୫୬ ମିନିଟ ୫୨ ସେକେଣ୍ଡ ଓ ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୨୬ ମିନିଟ ୫୨ସେକେଣ୍ଡରେ ରହିଛି ।

ଶ୍ରୀମନ୍ଦିରରେ ମଙ୍ଗଳବାର ରାତି ୧୨ଟାରେ ଦ୍ୱାରଫିଟା, ସାଢ଼େ ୨ଟାରୁ ୩ଟା ଭିତରେ ସକାଳଧୂପ, ୪ଟାରେ ବାଳଧୂପ, ୪ଟା ୫୫ରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିବ। ପୁଣି ଭୋଗ ମଣ୍ଡପ ସରିବା ପରେ ରାଧା ଦାମୋଦର ବେଶ ମଇଲମ ହୋଇ ଅପରାହ୍ନ ୪ଟା ୫୬ରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ହେବ । ଗ୍ରହଣ ଭୋଗ ନୀତି ବଢିବା ପରେ ଅନ୍ୟାନ୍ୟ ନୀତି ବଢିବ ଛତିଶା ନିଯୋଗରେ ଏହି ସମସ୍ତ ନୀତି ର୍ନିଘଣ୍ଟ କରାଯାଇଛି ।

ପୁରୀରେ ମୋଟ ୧୬ ମିନିଟ ୨୬ ସେକେଣ୍ଡ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ । ଏ ବର୍ଷ କାଉଁରିଆ ଜଳାଇବା ଉପରେ କୌଣସି କଟକଣା ନାହିଁ। ଶ୍ରୀମନ୍ଦିର ସମ୍ମୁଖ ମଙ୍ଗୁମଠ ଓ ମା’ କାକୁଡ଼ିଖାଇ ମନ୍ଦିର ନିକଟରେ କାଉଁରିଆ ଜଳାଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଛି ।

Comments are closed.