ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଶୁଭକାମନା

ଭୁବନେଶ୍ୱର – ଆଜି ଆଲୋକର ପର୍ବ ଦୀପାବଳି । ପବିତ୍ର ଦୀପାବଳି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ସମସ୍ତଙ୍କର ଉନ୍ନତି କାମନା କରିଛନ୍ତି । ଦୀପାବଳି ଅବସରରେ ନବୀନ ନିବାସକୁ ଦୀପର ଆଲୋକରେ ଆଲୋକିତ କରାଯାଇଛି । କୋଣ ଅନୁକୋଣରେ ଧାଡ଼ି କରି ଅତି ସୁନ୍ଦର ଭାବେ ଦୀପ ସଜାଯାଇଛି । ଦୀପର ଆଲୋକରେ ନବୀନ ନିବାସର ସୌନ୍ଦର୍ଯ୍ୟ ବଢ଼ିଯାଇଛି । ଦୀପାବଳିରେ ସମସ୍ତଙ୍କ ଜୀବନରୁ ଅନ୍ଧକାର ହଟାଇ ଆଲୋକର ଉଦ୍ଦୀପନା ଖେଳିଯିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments are closed.