ପୁଅର ଛୁରୀ ମାଡ଼ରେ ବାପା ମୃତ

ଭଞ୍ଜନଗର: ପୁଅର ଛୁରୀ ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଛି। ଦୀପାବଳି ରାତି ପ୍ରାୟ ୮ଟାରେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଜୟପୁର ପଞ୍ଚାୟତ ପଢ଼ାଳ ଗ୍ରାମରେ ଏହି ଘଟଣା ଘଟିଛି। ଗ୍ରାମର ଖଦାଳ ସାହି ରାସ୍ତା ମଝିରେ ପୁଅର ଆକ୍ରମଣରେ ପ୍ରାଣ ହରାଇଛନ୍ତି ଦେବରାଜ ନାହାକ (୬୪)। ତାଙ୍କୁ ଗୁରୁତର ଅବସ୍ଥାରେ ଆସିକା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଅଭିଯୁକ୍ତ ପୁଅ ଅରୁଣ ନାହାକ (୩୩) ଫେରାର ହୋଇଯାଇଛି। ଥାନାରେ କେସ୍ ନମ୍ବର ୭୨୧/୨୦୨୨ ରୁଜୁ କରି ତଦନ୍ତ ଚଳାଇଛି। ଆଜି ଶବ ବ୍ୟବଚ୍ଛେଦ କରାଯାଉଥିବା ବେଳେ ଫରେନ୍ସିକ୍ ଟିମ୍ ସହ ପୁଲିସ ତଦନ୍ତ ଚଳାଇଛି ଓ ଅଭିଯୁକ୍ତକୁ ଖୋଜା ଚଳାଇଛି।

Comments are closed.