ଭିଜିଲାନ୍ସ ପଞ୍ଝାରେ ଗଂଜାମ ରେଞ୍ଜ-୧ର ଡ୍ରଗ୍ସ ଇନ୍ସପେକ୍ଟର ଅଫିସ୍ ର ୨ କର୍ମଚାରୀ

ବ୍ରହ୍ମପୁର- ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଗଂଜାମ ରେଞ୍ଜ-୧ର ଡ୍ରଗ୍ସ ଇନ୍ସପେକ୍ଟର ଅଫିସ୍ ର ଦୁଇ କର୍ମଚାରୀ। କନିଷ୍ଠ କିରାଣି ଜୟନ୍ତ କୁମାର ମଲ୍ଲିକ ଓ ଡାଟା ଏଣ୍ଟ୍ରି ଅପରେଟର୍ ପ୍ରେମାଞ୍ଜନ ସ୍ୱାଇଁଙ୍କୁ ଧରିଛି ଭିଜିଲାନ୍ସ। ଗୋଟିଏ ମେଡିସିନ୍ ଦୋକାନର ସ୍ଥାନ ପରିବର୍ତ୍ତନ ପାଇଁ ଏମାନେ ଲାଞ୍ଚ ନେଉଥିଲେ ।

ଏହି ଦୁଇ କର୍ମଚାରୀ ଗୋଟିଏ ମେଡିସିନ ଷ୍ଟୋରର ମ୍ୟାନେଜରଙ୍କୁ ଲାଞ୍ଚ ମାଗିଥିଲେ। ଦୁଇ କର୍ମଚାରୀ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେମାନଙ୍କୁ କାବୁ କରାଯାଇଛି। ଲାଞ୍ଚ ଆକାରରେ ନେଇଥିବା ସବୁ ଟଙ୍କାକୁ ଭିଜିଲାନ୍ସ ଅଧିକାରୀମାନେ ଅଭିଯୁକ୍ତ ଜୟନ୍ତ କୁମାର ମଲ୍ଲିକଙ୍କଠାରୁ ଠାବ କରିଛନ୍ତି। ଏହାପରେ ଜୟନ୍ତଙ୍କ ଅଫିସ ରୁମ ସହ ଡିଇଓ ପ୍ରେମାଞ୍ଜନଙ୍କ ରେଷ୍ଟ ରୁମରେ ଏକକାଳୀନ ସର୍ଚ୍ଚ ଅପରେସନ କରାଯାଇଛି। ସେହିପରି ବ୍ରହ୍ମପୁରର ଗଜପତି ନଗର ଦଶମ ଲାଇନରେ ଥିବା ଜୟନ୍ତଙ୍କ ଭଡ଼ା ଘରେ ବି ଚଢାଉ ହୋଇଛି।

Comments are closed.